କର୍ଣ୍ଣାଟକ ରାଜ୍ୟପାଳଙ୍କୁ ଭେଟିଲେ ସିଦ୍ଧରମୈୟା, ମେ ୨୦ରେ ଶପଥ ଗ୍ରହଣ ସମାରୋହ

ଓଡ଼ିଆ ବାର୍ତ୍ତା/ ବେଙ୍ଗଳୁରୁ: ସିଦ୍ଧରମୈୟା କଂଗ୍ରେସ ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି । ସିଦ୍ଧରମୈୟା ଓ ଡିକେ ଶିବକୁମାର ଗୁରୁବାର ବେଙ୍ଗଳୁରୁ ପହଞ୍ଚିବା ପରେ କଂଗ୍ରେସ ବିଧାୟକ ଦଳ ବୈଠକ ବସିଥିଲା । ଯେଉଁଥିରେ ସିଦ୍ଧରମୈୟାଙ୍କୁ ବିଧାୟକ ଦଳ ନେତା ବଛା ଯାଇଥିଲା । ଏହାପରେ ସିଦ୍ଧରମୈୟା ସରକାର ଗଠନ ଦାବି ରାଜ୍ୟପାଳଙ୍କୁ ଭେଟି କରିଥିଲେ । ରାଜ୍ୟପାଳ ଧାବରଚନ୍ଦ ଗେହଲଟ, ସିଦ୍ଧରମୈୟା ଓ ଡିକେ ଶିବକୁମାରଙ୍କ ଟିମକୁ ଶପଥ ଗ୍ରହଣ ଲାଗି ଆମନ୍ତ୍ରିତ କରିଛନ୍ତି । ମେ ୨୦ ତାରିଖରେ ବେଙ୍ଗଳୁରୁରେ ଶପଥ ଗ୍ରହଣ ସମାରୋହ ହେବ । ସିଦ୍ଧରମୈୟାଙ୍କୁ ବିଧାୟକ ଦଳ ନେତା କରିବା ଲାଗି ଶିବକୁମାର ପ୍ରସ୍ତାବ ରଖିଥିଲେ । ଯାହାକୁ ଧ୍ୱନିମତରେ ପାରିତ କରାଯାଇଥିଲା ।

ଏହା ପୂର୍ବରୁ ସିଦ୍ଧରମୈୟାଙ୍କୁ ମୁଖ୍ୟମନ୍ତ୍ରୀ ଓ ଡିକେ ଶିବକୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ କରିବାକୁ ଘୋଷଣା କରାଯାଇଥିଲା । ୨୦ ତାରିଖ ଦିନ ୧୨ଟା ୩୦ରେ କାନ୍ତିରାଭା ଷ୍ଟାଡିୟମରେ ସିଦ୍ଧରମୈୟା ଓ ଶିବକୁମାରଙ୍କ ସହ ନୂତନ ମନ୍ତ୍ରିମଣ୍ଡଳ ଶପଥ ନେବେ । କୁରବା ସମଦାୟରୁ ଆସୁଥିବା ସିଦ୍ଧରମୈୟା ୨୦୧୩ ମେରୁ ୨୦୧୮ ମେ ଯାଏ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଥିଲେ । କର୍ଣ୍ଣାଟକ କଂଗ୍ରେସ ପାଇଁ ସଂକଟମୋଚକ ସାଜିଥିବା ଶିବକୁମାର ଗତ ୩ ବର୍ଷ ହେଲା ପ୍ରଦେଶ କଂଗ୍ରେସ କମିଟି ସଭାପତି ଅଛନ୍ତି । ୨୨୪ ବିଧାନସଭା ଆସନ ବିଶିଷ୍ଟ କର୍ଣ୍ଣାଟକରେ କଂଗ୍ରେସ ୧୩୫ଟି ସିଟରେ ବିଜୟୀ ହୋଇଥିବା ବେଳେ ବିଜେପିକୁ ୬୬ଟି ଆସନ ମିଳିଛି ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.