ମଇ ୨୮ରେ ନୂତନ ସଂସଦ ଭବନ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ ୨୮ ତାରିଖରେ ନୂତନ ସଂସଦ ଭବନର ଉଦଘାଟନ କରିବେ । ଗୁରୁବାର ବାଚସ୍ପତି ଓମ ବିର୍ଲା ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଉଦଘାଟନ ପାଇଁ ନିର୍ମାଣ କରିଛନ୍ତି । ୨୦୨୧ ଜାନୁୟାରୀ ୧୫ରୁ ଏହି ତ୍ରିଭୂଜକାର ନୂତନ ସଂସଦ ଭବନର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ୧୦ ଡିସେମ୍ବର ୨୦୨୦ରେ ପ୍ରଧାନମନ୍ତ୍ରୀ ମୋଦି ଏହାର ଭିତିପ୍ରସ୍ତର ସ୍ଥାପନ କରିଥିଲେ । ୬୪,୫୦୦ ବର୍ଗ ମିଟର ଅଂଚଳରେ ନିର୍ମିତ ଏହି ସଂସଦ ଭବନରେ ଏକକାଳୀନ ୧୨୨୪ ସଂସଦ ବସିପାରିବେ । ୪ ମହଲା ବିଶିଷ୍ଟ ଏହି ଭବନରେ ସମସ୍ତ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରାଯାଇଛି । ପୂରୁଣା ସଂସଦ ଭବନର ନମୁନା ମଧ୍ୟ ନୂତନ ଭବନରେ ରହିବ । ସାଂସଦ ଏବଂ ଅନ୍ୟ ଅଧିକାରୀମାନଙ୍କ ପ୍ରବେଶ ପାଇଁ ଅଲଗା ଅଲଗା ଦ୍ୱାର ରହିବ । ଏହି ଦ୍ୱାରଗୁଡିକର ନାମ ଜ୍ଞାନ, ଶକ୍ତି ଓ କର୍ମ ରହିଛି । ଏହା ବ୍ୟତୀତ ମହାପୁରୁଷଙ୍କ ଫଟୋ, ଲାଇବ୍ରେରୀ, ସଂସ୍କୃତି, କ୍ଷେତ୍ରୀୟ କଳା, ଶିଳ୍ପ ଏବଂ ବାସ୍ତୁକଳାର ସମ୍ମିଶ୍ରଣରେ ଏହାକୁ ସୁସଜ୍ଜିତ କରାଯିବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.