ଶୁଭ ବିଦାୟ ନେଉଛି ୨ହଜାର ଟଙ୍କିଆ ନୋଟ୍; ଆପଣଙ୍କ ପାଖରେ ଥିବା ନୋଟ୍‌ର କ’ଣ ହେବ?

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ବଜାରରୁ ବିଦାୟ ନେବ ୨୦୦୦ ଟଙ୍କିଆ ନୋଟ୍ । ଆଗକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଆଉ ୨୦୦୦ ଟଙ୍କିଆ ନୋଟ୍ ଜାରି କରିବ ନାହିଁ । ତେବେ ଲୋକମାନଙ୍କ ପାଖରେ ଥିବା ଏହି ଦୁଇ ହଜାର ଟଙ୍କିଆ ନୋଟ୍ ୨୩ ମେ ରୁ ୩୦ ସେପ୍ଟେମ୍ବର ସୁଦ୍ଧା ବ୍ୟାଙ୍କ ମାନଙ୍କରେ ବଦଳାଇପାରିବେ । ତଥାପି, ଏହା ଆଇନଗତ ଭାବରେ ଟେଣ୍ଡର ଜାରି ରହିବ । ଏହାର ଅର୍ଥ ହେଉଛି ଯଦି କାହାର ଦୁଇ ହଜାର ଟଙ୍କା ନୋଟ୍ ଥାଏ, ତେବେ ଏହା ବୈଧ ଅଟେ । ଏକ ପ୍ରେସ ବିଜ୍ଞପ୍ତି ଜାରି କରି ଆରବିଆଇ ଏହା ନିଶ୍ଚିତ କରିଛି । ଏହି ନିଷ୍ପତିକୁ ନେଇ ଆରବିଆଇ କହିଛି ଯେ, କ୍ଲିନ୍ ନୋଟ୍ ପଲିସି ଅନୁଯାୟୀ ଏହି ନୋଟ୍‌କୁ ଫେରାଇ ନିଆଯାଉଛି । ଆରବିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଥରକେ ଜଣେ ବ୍ୟକ୍ତି ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ନୋଟ୍ ବଦଳାଇ ପାରିବେ । ବ୍ୟାଙ୍କର ଅନ୍ୟାନ୍ୟ କାର୍ଯ୍ୟ ପ୍ରଭାବିତ ନକରିବାକୁ ଆରବିଆଇ ଏହି ନିଷ୍ପତି ନେଇଛି । ଉଲ୍ଲେଖଯୋଗ୍ୟ ୨୦୧୬ ମସିହାରେ ପ୍ରଧାନମନ୍ତ୍ରୀ ନୋଟ୍‌ବନ୍ଦି ଘୋଷଣା କରିବା ପରେ ଦୁଇ ହଜାର ଟଙ୍କିଆ ନୋଟ୍ ବଜାରକୁ ଆସିଥିଲା । ତେବେ ବଜାରକୁ ଦୁଇ ହଜାର ଟଙ୍କିଆ ଆସିବା ପରେ ଏହାର ନେଣଦେଣ କମିବାରେ ଲାଗିଥିଲା ଏବଂ ଅନେକ ଏଟିଏମ୍‌ରେ ମଧ୍ୟ ଦୁଇ ହଜାର ଟଙ୍କିଆ ନୋଟ୍ ଗାଏବ ହୋଇଯାଇଥିଲା । ଏବେ ରିଜର୍ଭ ବ୍ୟାଙ୍କ ଫେରାଇ ନେବାକୁ ନିଷ୍ପତି ନେଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.