ଭତରା ଜନକଲ୍ୟାଣ ସମିତିର ବୃତ୍ତିଗତ ପରାମର୍ଶ ଶିବିର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲାର କୋକସରା ଓ ଧର୍ମଗଡ ବ୍ଲକର ଦଶମ ପାସ୍ ଓ ଯୁକ୍ତ ଦୁଇ ପରୀକ୍ଷା ଦେଇଥିବା ଭତରା ସମ୍ପ୍ରଦାୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ କୋକସରା ବ୍ଳକ କାଉଡୋଲା ଠାରେ ଭତରା ଜନ କଲ୍ୟାଣ ସମିତି, କଳାହାଣ୍ଡି ପକ୍ଷରୁ ବୃତ୍ତିଗତ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଛି। ଶିବିରରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଭତରା ଜନ କଲ୍ୟାଣ ସମିତିର ସଭାପତି କୈଲାଶ ଚନ୍ଦ୍ର ମାଝୀ ଯୋଗଦେଇ ଥିଲେ। ଭତରା ଜନ କଲ୍ୟାଣ ସମିତିର ଜିଲ୍ଲା ଉପସଭାପତି ସମ୍ମାନୀତ ଅତିଥି ଦୟାନିଧି ପୁଝାରୀ, ଜିଲ୍ଲା ସମ୍ପାଦକ ବୃନ୍ଦାବନ ପୁଝାରୀ ପ୍ରମୁଖ ଯୋଗଦେଇ ଥିଲେ। କୋକସରା ପଞ୍ଚାୟତ ସମିତି ମହା ବିଦ୍ୟାଳୟର ଅଧ୍ୟାପକ ସିଦ୍ଧାର୍ଥ ନନ୍ଦ, ଅଧ୍ୟାପକ ଜ୍ଞାନରଞ୍ଜନ ମିଶ୍ର ଭବାନୀପାଟଣା, ଅଧ୍ୟକ୍ଷା ଏଏନ୍ ଏମ୍ ତାଲିମ୍ କେନ୍ଦ୍ର ଭବାନୀପାଟଣା ରୁନୁଲତା ମଲ୍ଲିକ, ଭିଏସ୍ ଗୋଲାମୁଣ୍ଡା ନେତ୍ରାନନ୍ଦ ଭାରତୀ, ବିଭିଓ ଗୋଲାମୁଣ୍ଡା ଭୁବନ ମୋହନ ସାହୁ ପ୍ରମୁଖ ପରାମର୍ଶ ଦାତା ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଉଚ୍ଚ ଶିକ୍ଷା ଏବଂ ବୃତ୍ତିଗତ ଶିକ୍ଷା ନିମନ୍ତେ ପରାମର୍ଶ ପ୍ରଦାନ କରିଥିଲେ। ଏଥିରେ ଧର୍ମଗଡ଼ ଓ କୋକସରା ବ୍ଲକରୁ ଅନେକ ସ୍ଥାନରୁ ଛାତ୍ରଛାତ୍ରୀ ଓ ଅବିଭାବକ ମାନେ ଯୋଗଦେଇ ଥିଲେ। ଶିବିରକୁ ସୁଧୀର ଧଙ୍ଗଡାମାଝୀ ପରିଚାଳନା କରିଥିଲେ। କୋକସରା ଏବିଇଓ ତୋଫାନ ମାଝୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ତୁଳସୀ ରାମ ମାଝୀ, ପୂର୍ଣ୍ଣଚନ୍ଦ୍ର ବେହେରା, ଅଜୟ କୁମାର ମାଝୀ, ଭୁବନେଶ୍ୱର ଦିଶାରୀ, ଡମ୍ବରୁଧର ନାଏକ, ସୁବାସ ପୂଝାରୀ, ଟିକଚନ ଦଳପତି ପ୍ରମୁଖ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.