ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ସର୍ଗିଗୁଡା ଗ୍ରାମପାୟତ ଅଧିନସ୍ଥ ନର୍ଲାରୋଡ଼ ଦୁର୍ଗା ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ୭ ଦିନ ଧରି ଚାଲିବାକୁ ରହିଥିବା ବେଳେ ଆଜି ଗୁରୁବାର ପ୍ରଥମ ଦିନରେ ଅଧିବାସ ଓ ଅଙ୍କୁରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ସକାଳ ୯ ଘଣ୍ଟା ସମୟରେ ପ୍ରଥମ ପୂଜା ଭାବରେ ମା ଦୁର୍ଗା ମନ୍ଦିର ପରିସରରେ କାୟ ଶୋଧନ ନିମିତାର୍ଥେ ପଞ୍ଚଗବ୍ୟ ପ୍ରସ୍ତୁତି କରଣ ଓ ଚନ୍ଦ୍ର ପୂଜା ଅନୁଷ୍ଠିତ ହୋଇଥିଲା । ଏହାପରେ ସକାଳ ୧୦ ଘଣ୍ଟା ସମୟରେ ଅଙ୍କୁରାରୋପଣ ଓ ଅଧିବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଗୁଡିକ ଯାଜପୁରର ବ୍ରହ୍ମା ପଣ୍ଡିତ ଯଜ୍ଞାଚାର୍ଯ୍ୟ ରମେଶ କୁମାର ପତି, ଯଜ୍ଞାଚାର୍ଯ୍ୟ ଗୋବିନ୍ଦ ପାଢ଼ୀ ପରିଚାଳନା କରିଥିବା ବେଳେ ପଣ୍ଡିତ ମନୋରଞ୍ଜନ ପତି, ମହେଶ୍ବର ପଣ୍ଡା, ଇନ୍ଦ୍ରମଣି ପତି, ମଧୁସୂଦନ ସୁବ୍ରତ ମିଶ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଅଙ୍କୁରାରୋପଣ ଓ ଅଧିବାସ କାର୍ଯ୍ୟକ୍ରମ ରେ ପ୍ରଜ୍ଞା କେଡ଼ିଆ ଓ ବିମଲ କୁମାର କେଡ଼ିଆ, ମମତା ଜୈନ ଓ ହାମେଶ କୁମାର ଜୈନ, ତରୂଲତା ବିଶ୍ଵାଳ ଓ ଜହଲାଲ ବିଶ୍ଵାଳ, ମଞ୍ଜୁ ଜୈନ ଓ କମରଲାଲ ଜୈନ, ଅମର ରାଉତ ଓ ସତ୍ୟଭାମା ରାଉତ ଏଭଳି ପଞ୍ଚ ଦମ୍ପତି ଯୋଡି ପୂଜା କର୍ତ୍ତା ଭାବରେ ପୂଜନ କାର୍ଯ୍ୟ ନିର୍ବାହନ କରିଥିଲେ । ପରିଚାଳନା କମିଟିର ବରିଷ୍ଠ ସଦସ୍ୟ ସୁଲେଖଚନ୍ଦ ଜୈନ, ନନ୍ଦକିଶୋର ଜେନା, ରାଜା ପରିଡା, ରାଜୀନ ସାହୁ, ସାନକୁନୁ ଚାନ୍ଦ, ବାବୁଲା ରାଉତ, ବିନାୟକ ମହନ୍ତ, ତୀର୍ଥ ବୁଦ୍ଧିଆ, ଓଁପ୍ରକାଶ ଚୌଧୁରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଏହି ଦୁର୍ଗା ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ୨୪ ପ୍ରହର ଅଖଣ୍ଡ ନାମଯଜ୍ଞ ମଧ୍ୟ ରହିଛି । ଆସନ୍ତା କାଲି ଦ୍ୱିତୀୟ ଦିନ ସନ୍ଧ୍ୟାରେରେ ଏନେଇ ଭବ୍ୟ କଳସ ଯାତ୍ରା କାର୍ଯ୍ୟକ୍ରମ ରହିଥିବା କମିଟି ସୂତ୍ରରୁ ଜଣାପଡ଼ିଛି ।