ଚିତାବାଘ ଛାଲ ଡିଲ୍‌’କୁ ପଣ୍ଡ କଲା ଏସଟିଏଫ୍‌

ରାୟଗଡାରୁ ୩ଟି ଚିତା ବାଘ ଛାଲ ଜବତ, ଅଭିଯୁକ୍ତ ଡମ୍ବୁରୁ ମାଝି ଗିରଫ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଓଡିଶା ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଟିମ୍ ଦ୍ୱାରା ରାୟଗଡାରୁ ୩ଟି ଚିତା ବାଘ ଛାଲ ଜବତ କରାଯିବା ସହ ଘଟଣାରେ ସଂପୃକ୍ତ ଡମ୍ବୁରୁଧର ମାଝି ନାମକ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ରାୟଗଡା ଜିଲ୍ଳା କାଶିପୁର ବ୍ଳକ ଟିକିରି ଥାନା ଅନ୍ତର୍ଗତ ନାକଟିଗୁଡା, ହୁଣ୍ଡିବର ଗ୍ରାମରେ ଅଭିଯୁକ୍ତ ଡମ୍ବୁରୁଧର ମାଝିଙ୍କ ଘର ବୋଲି ଜଣାପଡିଛି । ଏଥିସହ ଜବତ ଚିତାବାଘ ଛାଲର ବାଇଲୋଜିକଲ୍ ପରୀକ୍ଷା ନିମନ୍ତେ ଡେରାଡୁନ୍ ସ୍ଥିତ ବନ୍ୟଜନ୍ତୁ ପରୀକ୍ଷାଗାର ନିର୍ଦ୍ଦେଶକଙ୍କୁ ପଠାଯିବ ବୋଲି ଏସଟିଏଫ ତରଫରୁ ପ୍ରେସ ୍‌ବିଞପ୍ତି ମାଧ୍ୟମରେ ଗଣମାଧ୍ୟମକୁ ସୂଚନା ଦିଆଯାଇଛି । ଏ ନେଇ ଏସଟିଏଫ ଟିମ୍ ପକ୍ଷରୁ ଭୁବନେଶ୍ୱର ଠାରେ ପ୍ରକାଶ ପାଇଥିବା ପ୍ରେସ୍ ବିଞପ୍ତିରେ ଉଲ୍ଳେଖ ରହିଛି ଯେ, ଏକ ବିଶେଷ ସୂତ୍ରରୁ ଖବର ପାଇ ଏସଟିଏଫ ଟିମ୍ ଗତକାଲି ମେ’୨୪ତାରିଖରେ ୩୨୬ନମ୍ବର ଜାତୀୟ ରାଜପଥର ରାୟଗଡା ଜିଲ୍ଳା ସଦର ଥାନା ଅନ୍ତର୍ଗତ ଶିରିଗୁଡା ନିକଟସ୍ଥ ସ୍ୱର୍ଗଧାମ ଛକ ଠାରେ ଡମ୍ବୁରୁଧର ମାଝି ନାମକ ଅଭିଯୁକ୍ତ ଶୀକାର କରି ଆଣିଥିବା ଚିତାବାଘ ଛାଲର ଡିଲ୍ କରୁଥିବା ସମୟରେ ଏସଟିଏଫ ଟିମ୍ ଅଚାନକ ଚଢାଉ କରି ଘଟଣାସ୍ଥଳରୁ ଡମ୍ବୁରୁଧର ମାଝିଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ୩ଟି ଚିତାବାଘ ଛାଲ ସହ ଅନ୍ୟ କିଛି ଅପରାଧିକ ସାମଗ୍ରୀ ମଧ୍ୟ ଜବତ କରିଥିଲା । ଘଟଣାସ୍ଥଳରେ ଚିତାବାଘ ଛାଲ ସଂଗ୍ରହ କରିଥିବାର କୈାଣସି ସନ୍ତୋଷ ଜନକ ଉତର ଅଭିଯୁକ୍ତ ଡମ୍ବୁରୁଧର ଦେଇ ପାରି ନ ଥିବା ବେଳେ ତାକୁ ଗିରଫ କରାଯାଇ ରାୟଗଡା ଏସଡିଜେଏମ୍ କୋର୍ଟକୁ ଚାଲାଣ କରାଯାଇଥିଲା । ଏହି ସଂକ୍ରାନ୍ତରେ ଏସଟିଏଫ କେସ ନମ୍ବର ୧୨/୨୪/୫/୨୩ ୟୁ/ଏସ- ୩୭୯/ ୪୧୧/ ୧୨୦ (ବି) ଆଇପିସି ଆର/ଡବ୍ଳ୍ୟୁ ସେକ୍ସନ ୫୧ ବନ୍ୟଜନ୍ତୁ (ସୁରକ୍ଷା)ଏକ୍ଟ,୧୯୭୨ପ୍ରକାରେ ମାମଲା ପଂଜୀକୃତ କରାଯାଇ ତଦନ୍ତ ଜାରି ରହିଥିବା ଉଲ୍ଳେଖ ରହିଛି । ତେବେ ରାୟଗଡା ଟାଉନ ଥାନା ଏବଂ ବନାଂଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ଅଳ୍ପ ଦୂରରେ ୩୨୬ନମ୍ବର ଜାତୀୟ ରାଜପଥର ସ୍ୱର୍ଗଧାମ ଛକ ଠାରେ ଏଭଳି ଡିଲ୍ ଚାଲିଥିବା ବେଳେ ଉଭୟ ବିଭାଗ ଏ ବିଷୟରେ କୈାଣସି ସୁରାକ ପାଇ ନ ଥିବା ଉଭୟ ବିଭାଗର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏପରିକି ଉକ୍ତ ସ୍ୱର୍ଗଧାମ ଛକ ଠାରେ ଜିଲ୍ଳା ପୋଲିସର ଏକ ନାକା ପଂଏଟ୍ ରହିଥିବା ବେଳେ ଉକ୍ତ ସ୍ଥାନରେ ଏଭଳି ଡିଲ ହେବା ସମସ୍ତଙ୍କୁ ଚକିତ କରିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.