ସରସ୍ଵତୀ ସମ୍ମାନରେ ଭୂଷିତ କଲା ହେଲକୋ କଳାହାଣ୍ଡି
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ଠାରୁ ମର୍ଯ୍ୟାଦାଜନକ ଡି. ଲିଟ୍ ଡ଼ିଗ୍ରୀ ପ୍ରାପ୍ତ ହୋଇଥିବା କଶୃପଡା ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଡକ୍ଟର ଅଜିତ କୁମାର ବେହେରା କଳାହାଣ୍ଡିର ଯୁବ ଗୋଷ୍ଠୀ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି । ଆଦିବାସୀ ସଂସ୍କୃତି ଉପରେ ଗବେଷଣା ସହ ସାହିତ୍ୟ ସାଧନା କ୍ଷେତ୍ରରେ ନିଜର ସ୍ବତନ୍ତ୍ରତା ପ୍ରତିପାଦନ କରିଥିବା ଡକ୍ଟର ବେହେରାଙ୍କୁ ନିକଟରେ ଓଡ଼ିଶାର ଅଗ୍ରଣୀ ଶିକ୍ଷା ସଂସ୍କୃତି ସଂଗଠନ ‘ହେଲକୋ କଳାହାଣ୍ଡି’ ତରଫରୁ ପ୍ରଦାନ କରାଯାଇଛି ମର୍ଯ୍ୟାଦାଜନକ ସରସ୍ଵତୀ ସମ୍ମାନ । ଖଲିଆପାଲିରେ ଏନେଇ ଆୟୋଜିତ ସ୍ବତନ୍ତ୍ର ସମାରୋହରେ ହେଲକୋର ସଭାପତି ଲିଙ୍ଗରାଜ ସାହୁଙ୍କ ସମେତ ମୁଖ୍ୟ ଅତିଥି ସମାଜସେବୀ ନୀଳ ଲୋହିତ ସିଂହଦେଓ ଉପସ୍ଥିତ ରହି ଡକ୍ଟର ଅଜିତ ବେହେରାଙ୍କୁ ସରସ୍ଵତୀ ସମ୍ମାନରେ ସମ୍ମାନିତ କରିଥିଲେ ।