ବାଲିଗୁଡାରେ ପ୍ରବଳ ପବନ ସହ ଘଡଘଡି 

ନଡ଼ିଆ ଗଛକୁ ବିଜୁଳି ମାରିବାରୁ ଜଳିଗଲା

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳ ରେ ରବିବାର ଅପରାହ୍ନରେ ସାମାନ୍ୟ ବର୍ଷା ସହ ପ୍ରବଳ ପବନ, ଘଡଘଡି ଓ ବିଜୁଳି ମାରିବାରୁ କେତେକ ସ୍ଥାନରେ ଛୋଟ ବଡ଼ ଧରଣର ଘରର ଟିଣ, ଆଜବେଷ୍ଟସ ଉଡାଇ ନେଇ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଆଉ କେତେକ ସ୍ଥାନରେ ବିଦ୍ୟୁତ ତାର ଉପରେ ଗଛ ପଡି ବିଦ୍ୟୁତ ସେବା ବ୍ୟାହତ ହୋଇଛି l ଏତଦ ବ୍ୟତୀତ ଏକ ନଡ଼ିଆ ଗଛଟି ମଧ୍ୟ ଜଳି ଯାଇଛି l ଖବରରୁ ପ୍ରକାଶ ଯେ, ରବିବାର ଦିନ ଅପରାହ୍ନରେ ସମଗ୍ର ଅଞ୍ଚଳ ରେ ଘଡଘଡି, ବିଜୁଳି ସହ ବର୍ଷା ହୋଇଥିବାବେଳେ ବାଲିଗୁଡା ବ୍ଲକ ରେବିଙ୍ଗିଆ ପଞ୍ଚାୟତର ମଝିସାହି ବାସିନ୍ଦା ଲକ୍ଷ୍ମଣ ବେହେରାଙ୍କ ଘର ଅଗଣାରେ ଥିବା ନଡ଼ିଆ ଗଛକୁ ବିଜୁଳି ବାଜିବାରୁ ଜଳିଯାଉଥିବା ଦେଖିବାକୁ ମିଳିଥିଲା l ଖବର ପାଇ ଅଗ୍ନିଶମ ବିଭାଗ ଗାଡି ଆସି ଘଟଣା ସ୍ଥଳରେ ପହଂଚି ନିଆଁକୁ ଲିଭାଇଥିବା ବେଳେ କାହାର କଛି କ୍ଷତି ହୋଇନଥିବା ଜଣାପଡିଛି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.