ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଗତକାଲି ରବିବାର ଅପରାହ୍ନ ୨ ଘଣ୍ଟା ସମୟରେ ଟେବୁଲ ଟପ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଆଜି ସୋମବାର ମକଡ୍ରିଲ୍ ଅନୁଷ୍ଠିତ ହୋଇଯାଇଛି । ନର୍ଲା ଅଗ୍ନିଶମ ବିଭାଗର ଭାରପ୍ରାପ୍ତ ଅଧିକାରୀ ତ୍ରୀନାଥ ଭୋଇଙ୍କ ନେତୃତ୍ୱରେ ଫାୟାର ମ୍ୟାନ ପୂର୍ଣ୍ଣଚନ୍ଦ୍ର ସେଠ, ବୈଷ୍ଣବ ନାଏକ, ଶେଷଦେବ ମାଝୀ ପ୍ରମୁଖ ବନ୍ୟା ବିପତ୍ତିରେ ଜଳବନ୍ଦୀ ସାଜିଥିବା ବ୍ୟକ୍ତିଙ୍କୁ କିଭଳି ଉଦ୍ଧାର କରାଯାଇ ପାରିବ, ଝଡତୋଫାନରେ ରାସ୍ତା ଉପରେ ଗଛ ପଡିଥିଲେ ଏହାକୁ କିଭଳି ହଟାଯାଇ ପାରିବ । ଜଳ ବନ୍ଦୀଙ୍କୁ ଲାଇଫ ଜ୍ୟାକେଟ ପିନ୍ଧାଇ ବୋଟ ମ୍ୟାଧ୍ୟମରେ କିଭଳି ଉଦ୍ଧାର କରାଯାଇ ପାରିବ ଏହା ମକଡ୍ରିଲ ମାଧ୍ୟମରେ ପ୍ରଦର୍ଶିତ କରିଥିଲେ । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ନର୍ଲା ବିଧାୟକ ଭୁପିନ୍ଦର ସିଂ, ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ନର୍ଲା ତହସିଲଦାର ଶଙ୍କର ବାଗ, ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ସଦସ୍ୟା ନମ୍ରତା ସାହୁ, ଲିଲି ଦୀପ, ନର୍ଲା ଆଇଆଇସି ଗଙ୍ଗାଧର ମେହେର, ନର୍ଲା ସିଡିପିଓ ନିବାସିନୀ ବିଶ୍ୱାଳ, ନର୍ଲା ସରପଞ୍ଚ ତନୁଜା ହରପାଲ, ସର୍ଗିଗୁଡା ସରପଞ୍ଚ ପ୍ରତିନିଧି ବିଜୟ ବୁଦ୍ଧିଆ, ଶାନ୍ତପୁରର ପୂର୍ବତନ ସରପଞ୍ଚ ଟିକେଧର ସାହୁ, ନର୍ଲା ଭାରପ୍ରାପ୍ତ ଚିକିତ୍ସାଧିକାରୀ ଅକ୍ଷୟକୁମାର ଗୋଚ୍ଛାୟତ, ଟିପିଓଡିକ କନିଷ୍ଠ ଯନ୍ତ୍ରୀ ଦିବ୍ୟ ପଣ୍ଡା, କୃଷି ବିଭାଗର ନର୍ଲା ସହକାରୀ କୃଷି ଅଧିକାରିଣୀ ସୁଜାତା ନାଏକ, ଏବିଇଓ ଗୋବର୍ଦ୍ଧନ ମାଝୀ, ନର୍ଲା ବ୍ଲକ ଷ୍ଟାଫ୍ ସମେତ ଅନେକ ନିର୍ବାଚିତ ପ୍ରତିନିଧି ଉପସ୍ଥିତ ରହିବା ସହ ଉଦ୍ଧାରକାରୀ ନୈାକାରେ ବସି ଡେମୋ ପ୍ରଦର୍ଶନ କରିଥିଲେ । କାର୍ଯ୍ୟକ୍ରମକୁ ନର୍ଲା ଜିପିଇଓ କ୍ଷିତୀଶ ଚନ୍ଦ୍ର ନାଏକ ପରିଚାଳନା କରିଥିବା ବେଳେ ନର୍ଲା ବ୍ଲକ ପରିସର ମଧ୍ୟରେ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।