ଓଡ଼ିଆ ବାର୍ତ୍ତା / ସୋନପୁର (ସର୍ଜନ କୁମାର ପାଣ୍ଡେ): ସୋନପୁର ବ୍ଲକ ଗଡିଆ ଗାଁର ଆରାଧ୍ୟ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୧୫ ଦିନ ପରେ ଅନବସର ଘରୁ ବାହାରିଥିବା ଶ୍ରୀ ଜଗନ୍ନାଥ ଙ୍କୁ ଏହି ଅପରୂପ ବେଶରେ ଦର୍ଶନ ପାଇଁ ବହୁ ସଂଖ୍ଯକ ଭକ୍ତଙ୍କ ସମାଗମ ହୋଇଥିଲା । ସ୍ନାନପୂର୍ଣ୍ଣିମା ଠାରୁ ଅଣସର ପରେ ଜ୍ୱରରେ ପୀଡିତ ହୋଇ ଚିକିତ୍ସିତ ହୋଇ ସୁସ୍ଥ ହେବା ପରେ ଶ୍ରୀ ଜଗନ୍ନାଥ ଙ୍କ ନବଯୌବନ ଦର୍ଶନ ପାରମ୍ପରିକ ରୀତିନୀତି ରେ ପୁରୋହିତ ପୁରୁଷୋତ୍ତମ ମିଶ୍ର ଙ୍କ ଦ୍ବାରା ସଂପନ୍ନ ହୋଇଥିଲା । ପଣା ସମର୍ପଣ, ବିମ୍ବସ୍ନାନ, ତଡପଲାଗି, ସର୍ବାଙ୍ଗ, ଷୋଡଶ ଉପଚାରରେ ବାଳଭୋଗ ଲାଗିବା ସହିତ ପୂଜା ଓ ଆଳତି ପରେ ନବଯୌବନ ଦର୍ଶନ ଦ୍ୱାର ଉନ୍ମକ୍ତ କରାଯାଇଥିଲା । ପୁରୋହିତ ଭିକାରୀ ଚରଣ ମିଶ୍ର, ସ୍ୱାଗତ ମିଶ୍ର ,ପ୍ରଫୁଲ୍ଲ ମିଶ୍ର ସମେତ ଅନ୍ୟ ସେବାୟତମାନେ ଶ୍ରୀ ଜଗନ୍ନାଥ ଙ୍କ ସମସ୍ତ ପୂଜାନୀତି ସମ୍ପାଦନ ରେ ସହଯୋଗ କରିଥିଲେ ।