ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ ଜଗନ୍ନାଥ ମନ୍ଦିରରେ ଆଜି ସୋମବାର ସନ୍ଧ୍ୟା ୭.୩୦ ଠାରୁ ଆରମ୍ଭ ହୋଇଛି ନବଯୌବନ ଦର୍ଶନ । ପାରମ୍ପରିକ ବିଧାନ ଅନୁସାରେ ନେତ ପରିବର୍ତ୍ତନ କରୁଥିବା ସେବକଙ୍କୁ ମାନ୍ୟ ପ୍ରଦାନ, ନେତ ପରିବର୍ତ୍ତନ, ରଥ ପୂଜା ଓ ପରିକ୍ରମା, ଚତୁର୍ଦ୍ଧାମୂର୍ତ୍ତିଙ୍କ ବେଶ ଆଦି ପୂଜକମାନଙ୍କ ଉପସ୍ଥିତିରେ ଜଗମୋହନ ରୋହିଲା ଓ ବିଜୟ ଅଗ୍ରୱାଲ ସପତ୍ନୀକ ନିତି ସଂପାଦନ କରିବାରେ ସହଯୋଗ କରିଥିଲେ । ଏହାପରେ ସର୍ବସାଧାରଣଙ୍କ ପାଇଁ ନବଯୌବନ ଦର୍ଶନ ହୋଇଥିଲା । ମହାପ୍ରଭୁଙ୍କ ଏହି ଅପୂର୍ବ ଲୀଳା ଦର୍ଶନ ସମୟରେ ସୁନୀଲ ଅଗ୍ରୱାଲ, ପ୍ରଦୀପ ଅଗ୍ରୱାଲ, ତ୍ରିନାଥ ମହାନ୍ତି, ରତନ ଅଗ୍ରୱାଲ, ଅନିଲ ଅଗ୍ରୱାଲଙ୍କ ସମେତ ରୁପ୍ରାରୋଡ ଓ ଆଖପାଖ ଅଞ୍ଚଳର ଭକ୍ତବୃନ୍ଦ ଉପସ୍ଥିତ ଥିଲେ । ଏହି ଅବସରରେ ଭଜନ ସନ୍ଧ୍ୟା ଭକ୍ତଙ୍କ ମନମୋହିଥିଲା । ଆସନ୍ତାକାଲି ମଙ୍ଗଳବାର ଶ୍ରୀଗୁଣ୍ଡିଚା ଯାତ୍ରା ବିଧି ମୁତାବକ ଅନୁଷ୍ଠିତ ହେବବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ରହିଛି ।