ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ସରଗୁଲ ମାଳପଡା ପଞ୍ଚାୟତ ସ୍ଥିତ ଉଚ୍ଚ ବିଦ୍ୟାଳୟକୁ ଫାଇଭ-ଟି ରୁପାନ୍ତରିଣରେ ସାମିଲ ହୋଇଛି। ତେବେ ଏଥିପାଇଁ ଜମି ଆବଶ୍ୟକ ପଡୁଥିଵାରୁ ସ୍ଵର୍ଗତ ଭାଗିରଥି ଜାନୀଙ୍କ ପୁଅ ଯୁଧିଷ୍ଠିର ଜାନୀ, ମଦନ ଜାନୀ, ଅଗସ୍ତି ଜାନୀ, ବାସନ୍ତୀ ଜାନୀ, ପ୍ରକାଶ ଜାନୀ, ସୁରଭୀ ଜାନୀ ପ୍ରମୁଖ ଜମି ଦାନ କରିଛନ୍ତି। ଆୟୋଜିତ ଭୂମି ପୂଜନ କାର୍ଯ୍ୟ କ୍ରମରେ ଜିଲ୍ଲାପାଳ ପି ଅନେଶ୍ଵା ରେଡି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ବ୍ଳକ ଅଧ୍ୟକ୍ଷା କୁନୀ ସାହୁ, ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୋଧୁରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ସୂଚରିତା ମୁଗ୍ରୀ, ତହସିଲଦାର ମିଲନ କୁମାର ଝାଙ୍କର, ସରପଞ୍ଚ ବରୁଣ ଛତ୍ରିଆ ପ୍ରମୁଖ ଉପସ୍ଥିତ ଥିଲେ। ଜାନୀ ପରିବାର ବିଦ୍ୟାଳୟକୁ ଭୁମିଦାନ କରି ଥିବାରୁ ଅଞ୍ଚଳବାସୀ ତାଙ୍କର ଏହି ମହତ କାର୍ଯ୍ୟ ପାଇଁ ଭୂୟସୀ ପ୍ରଶଂସା କରିଛନ୍ତି ।