ନୀଳାଦ୍ରି ମହୋଦୟରେ ଘୋଷଯାତ୍ରା

ଶ୍ରୀକ୍ଷେତ୍ର ଧାମରେ ପାଳିତ ହେଉଥିବା ଶ୍ରୀଗୁଣ୍ଡିଚା ଯାତ୍ରାର ମହିମା ତଥା ପାଳନ ବିଧିର ବିସ୍ତୃତ ବର୍ଣ୍ଣନା ବିଭିନ୍ନ ପୁରାଣ ଓ ଉପପୁରାଣମାନଙ୍କରେ ଉଲ୍ଲେଖ ହୋଇଛି । ବିଶେଷ ଭାବେ ବ୍ରହ୍ମ ପୁରାଣ, ନାରଦ ପୁରାଣ, ନୀଳାଦ୍ରି ମହୋଦୟ, କପିଳ ସଂହିତା, ଜଗନ୍ନାଥ ପୁରାଣ, ଯାତ୍ରା ଭାଗବତ, ପଦ୍ମ ପୁରାଣ, ଚୈତନ୍ୟ ଚରିତାମୃତ, ବାମଦେବ ସଂହିତା, ଶାରଦା ପୁରାଣ ପ୍ରଭୃତି ଉଲ୍ଲେଖଯୋଗ୍ୟ । ଶ୍ରୀମନ୍ଦିରରେ ପାଳିତ ମୁଖ୍ୟ ଯାତ୍ରା ମଧ୍ୟରେ ରଥଯାତ୍ରା ଅନ୍ୟତମ ।

Omkar Vasthu
Omkar Vasthu


ନୀଳାଦ୍ରି ମହୋଦୟର ବର୍ଣ୍ଣନା ଅନୁଯାୟୀ ମହାପ୍ରଭୁଙ୍କ ଆବିର୍ଭାବ ପରେ ତାଙ୍କ ପାଇଁ ରାଜା ଇନ୍ଦ୍ରଦ୍ୟୁମ୍ନ ମନ୍ଦିର ନିର୍ମାଣ କରିଥିଲେ । ସେହି ମନ୍ଦିରକୁ ପ୍ରଜପିତା ବ୍ରହ୍ମାଙ୍କଦ୍ୱାରା ପ୍ରତିଷ୍ଠା କରିବା ପାଇଁ ବ୍ରହ୍ମଲୋକ ଯାଇଥିଲେ । ସେଠାରୁ ବ୍ରହ୍ମାଙ୍କୁ ନେଇ ଆସିଥିଲେ । ବ୍ରହ୍ମା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସହ ଶଙ୍ଖନିଧି ଓ ପଦ୍ମନିଧିଙ୍କୁ ପଠାଇଥିଲେ । ନାରଦ ଏବଂ ଅନ୍ୟ ଦୁଇ ଦେବଦୂତଙ୍କ ସହ ଇନ୍ଦ୍ରଦ୍ୟୁମ୍ନ ଶ୍ରୀକ୍ଷେତ୍ରରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ପଣି ରଥ ନିର୍ମାଣ କରାଯାଇଥିଲା ।

Pearl dental clinic
Near Ashish Medical Store, Bhawanipatna


ନାରଦଙ୍କ ନିର୍ଦ୍ଦେଶ ମତେ ଶଙ୍ଖନିଧି ଓ ପଦ୍ମନିଧି ରଥ ନିର୍ମାଣ ଆରମ୍ଭ କରିଥିଲେ । ସେଥିପାଇଁ ମନ୍ଦିର ପଶ୍ଚିମ ଦିଗରେ ଯେଉଁଠି ସଂସାରର ଆନନ୍ଦବର୍ଦ୍ଧକ ମହାପ୍ରଭୁ ଲୋକନାଥ ବିରାଜମାନ କରିଛନ୍ତି, ସେଠାରେ ଶଙ୍ଖନିଧି ଓ ପଦ୍ମନିଧି ଗୋଟିଏ ସ୍ୱର୍ଣ୍ଣପୁରୀ ନିର୍ମାଣ କରିଥିଲେ । ସେହିଠାରେ ଦୁଇ ସ୍ୱର୍ଗଦୂତ ରଥ ନିର୍ମାଣ ଆରମ୍ଭ କରିଥିଲେ ।

Udyog Nursery
Udyogi Nursery

ନୀଳାଦ୍ରି ମହୋଦୟ ୫ମ ଅଧ୍ୟାୟ ୨୯ ଶ୍ଳୋକ

‘ସମ୍ଭାରାନ ରୁଚିରାନ କୃତ୍ୱା ରଥତ୍ରୟମତଃ ପରମ୍ ।
ନାନାଳଙ୍କାର ସଂଯୁକ୍ତଂ ଦିବ୍ୟାମ୍ବର ସୁମଣ୍ଡିତମ୍’

ଅର୍ଥାତ ସ୍ୱର୍ଣ୍ଣପୁରୀରେ ଦେବଦୂତ ଦ୍ୱୟ ନାନା ରୁଚିର ଅଳଙ୍କାର ମାନ ସଂଯୁକ୍ତ କରି ରଥ ତିନୋଟି ନିର୍ମାଣ କରିଥିଲେ ।ନାରଦ କହିବା ଅନୁସାରେ ସେହିରଥ ତିନୋଟିକୁ ସୁନ୍ଦର ଓ ନରମ ବସ୍ତ୍ରଦ୍ୱାରା ସଜାଇଥିଲେ । ସେଥିରେ ନାନା ରତ୍ନ ଏବଂ ସ୍ୱର୍ଣ୍ଣ ଅଳଙ୍କାର ମାନ ଲଗାଇଥିଲେ ।

‘ନିର୍ମମେ ନାରଦୋକ୍ତୋ ତଚ୍ଚକ୍ରୈଃ ସଂଯୁକ୍ତମାୟସୈଃ ।
ନାନାରତ୍ନସମୁଲ୍ଲାସଂ ହୈମଂ ଚାରୁତରଂ ଦ୍ୱିଜାଃ’ ।

ରଥର ଚକ ଗୁଡ଼ିକ ଲୁହାରେ ତିଆରି କରିଥିଲେ । ରଥଚକର ଅରଗୁଡ଼ିକ ସୁନାରେତିଆରି କରିଥିଲେ । ସୁନା ଚକ ବେଶ ଆକର୍ଷକ ଥିଲା । ରଥ କେବଳ ରତ୍ନ ଏବଂ ସ୍ୱର୍ଣ୍ଣ ଅଳଙ୍କାର ମାନ ଲଗାଯାଇନଥିଲା, ଏହାର ଚାରିପଟେ ନାନା ଅବତାରମାନଙ୍କରେ ପ୍ରକଟିତ ହୋଇଥିବା ଭଗବାନଙ୍କର ଲୀଳା ଚିତ୍ରିତ କରାଇ ଚଳନ୍ତି ପ୍ରତିମା ତିଆରି ହୋଇଥିଲା । ସେଗୁଡିକୁ ପାର୍ଶ୍ୱ ଦେବାଦେବୀ ଭାବେ ସଂଯୋଗ କରି ସାରଥି ବସାଇଥିଲେ । ସୁନାରେ ଘୋଡ଼ା ନିର୍ମାଣ କରି ରଥରେ ସଂଯୋଗ କଲେ । ଦେଖିଲା ମାତ୍ରକେ ଦର୍ପ ପ୍ରକାଶ କରୁଥିବା ସମୁଜ୍ଜ୍ୱଳ ଆକୃତିର ଦୁଇଟି ନିଧି ସେହି ରଥରେ ମଣ୍ଡିତ କଲେ ।


ତିନି ଲୋକ ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳରେ ସୁଖ ବୃଦ୍ଧି କରିପାରୁଥିବା ଭଳି ତିନୋଟି ଆଶ୍ଚର୍ଯ୍ୟଜନକ ରଥ ପ୍ରସ୍ତୁତ କରାଯାଇଥିଲା । ସେଥିମଧ୍ୟରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ହେଉଛି “ଗରୁଡ ଧ୍ୱଜ” ଜଗତଜନନୀ ମା’ ସୁଭଦ୍ରାଙ୍କ ସୁବର୍ଣ୍ଣମୟ ରଥର ନାମ “ପଦ୍ମ ଧ୍ୱଜ” ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କ ରଥର ନାମ “ତାଳ ଧ୍ୱଜ” ରଥ ତିନୋଟି ନିର୍ମାଣ ହେବ ପରେ ତାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସେଥିରେ ତୋରଣ ଓ ବିଭିନ୍ନ ଧାରଣର ପତାକା ସଂଯୋଗ କରାଯାଇଥିଲା । ନାନା ଶୁଭଗୁଣରେ ଅନ୍ୱିତ, ନବଜଳଧର ପରି ସୁନ୍ଦର ସମସ୍ତଙ୍କ ଦର୍ଶନାନନ୍ଦଦାୟୀ ଅତି ସୁସଜ୍ଜିତ ତିନି ରଥକୁ ଦେଖି ସମସ୍ତେ ଚକିତ ହୋଇଥିଲେ । ଏହା ପରେ ରଥ ତିନୋଟିକୁ ବିଧିବଦ୍ଧ ଭାବେ ପ୍ରତିଷ୍ଠା କରାଯାଇଥିଲା । ଏହା ପରେ ଆରମ୍ଭ ହୋଇଥିଲା ଚତୁର୍ଦ୍ଧାବିଗ୍ରହଙ୍କ ରଥଯାତ୍ରା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.