ସାମ୍ବାଦିକ ସମ୍ମିଳନୀ ସହିତ ସଂଯୁକ୍ତ ମୋର୍ଚ୍ଚା ଓ ଲାଭର୍ଥୀ ସମ୍ମିଳନୀ ଅନୁଷ୍ଠିତ
ଓଡ଼ିଆ ବାର୍ତ୍ତା/ ନୂଆପଡା (ମହେନ୍ଦ୍ର ବାଗ): ସଦର ବ୍ଲକ ଖୁଣ୍ଟିଆ ସଭାଗୃହ ଠାରେ ନୂଆପଡା ବିଜେପି ପକ୍ଷରୁ ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ମହା ଜନ ସମ୍ପର୍କ ଅଭିଯାନ ସହିତ ସଂଯୁକ୍ତ ମୋର୍ଚ୍ଚା ଓ ଲାଭର୍ଥୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | ଜିଲ୍ଲା ବିଜେପି ସଭାପତି ସୁବ୍ରତ ଠାକୁରଙ୍କ ଅଧକ୍ଷତାରେ ଆୟୋଜିତ ଏହି ସମ୍ମିଳନୀରେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କିଷାନ ମୋର୍ଚ୍ଚା ବାବୁଭାଇ ଜେବାଲିଆ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ରାଜ୍ୟ ସଭାପତି କିଷାନ ମୋର୍ଚ୍ଚା ପ୍ରଦୀପ ପୁରୋହିତ, ଉପ ସଭାପତି ରଞ୍ଜନ ମଙ୍ଗରାଜ, ସାଧାରଣ ସମ୍ପାଦକ ଲକ୍ଷ୍ମଣ ବାଗ, କୋଷାଧକ୍ଷ ବିଶ୍ୱଜିତ ସ୍ୱାଇଁ, ଖରିଆରର ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତୀ, ଜିଲ୍ଲା କିଷାନ ମୋର୍ଚ୍ଚା ସଭାପତି ଗୋବର୍ଦ୍ଧନ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରସନ୍ନ କୁମାର ପାଢ଼ୀ ଏହା ସହିତ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରସନ୍ନ କୁମାର ପାଢ଼ୀ, ଯଦୁମଣି ପାଣିଗ୍ରାହୀ, ହୋମସିଂ ମାଝୀ, ପୂର୍ବତନ ଜିଲ୍ଲା ସଭାପତି ଶିବ ପ୍ରସାଦ ମୁଣ୍ଡ ପ୍ରମୁଖ ଯୋଗଦେଇଥିଲେ | ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନା, ଫସମ ବୀମା ଯୋଜନା, ମୂର୍ତ୍ତିକା କାର୍ଡ, ଧାନର ସର୍ବ ନିମ୍ନ ସହାୟକ ମୂଲ୍ୟ ୨୧୮୩ ଟଙ୍କାକୁ ବୃଦ୍ଧି ଆଦି ଚାଷୀଙ୍କୁ ମୋଦି ସରକାର ଉପହାର ଦେଇଥିବା ରାଷ୍ଟ୍ରୀୟ କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ବାବୁଭାଇ ଜେବାଲିଆ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି | ଏହି ଅବସରରେ ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ସେବା, ସୁଶାସନ ଓ ଗରିବ କଲ୍ୟାଣ ସଂଯୁକ୍ତ ମୋର୍ଚ୍ଚା ଓ ଲାଭର୍ଥୀ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି | ବିଜେପି ନେତା ଦେବ ଦେବ ସିଂ ଦେଓ, ପୂର୍ବତନ ସଭାପତି ଅତିନ୍ଦ୍ର ସିଂ ମଲ୍ଲିକ, ଚରୁର୍ଭୁଜ ଶର୍ମା, ମୁରଲୀଧର ସୁନା, କମଲେଶ ଦୀକ୍ଷିତ, ତୁଳସ ପଟେଲ, ଥାନସିଂ ଠାକୁର, ଅଜିତ ଚାଲାନ, ବିଘ୍ନେଶ୍ୱର ନିଆଲ, ଚନ୍ଦନ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ |