ସୋହେଲା ବ୍ଳକଠାରେ ମିଲେଟ ଶକ୍ତି ଟିଫିନ୍ ସେଣ୍ଟର ଉଦ୍ଘାଟିତ

ଓଡ଼ିଆ ବାର୍ତ୍ତା/ ବରଗଡ: ବରଗଡ ଜିଲ୍ଲାର ସୋହେଲା ବ୍ଲକରେ ମିଶନ ଶକ୍ତି ଟିଫିନ୍ ସେଣ୍ଟର ଜୟ ଅମ୍ବେ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ଵାରା ଉଦ୍ଘାଟିତ ହୋଇଯାଇଛି । ଓଡିଶା ମିଲେଟ୍ସ୍ ମିଶନ ଓ ଓ୍ବାସନ୍ ର ମିଳିତ ସହାୟତା ତଥା ସ୍ବେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନର ସହଯୋଗରେ ପୂର୍ବତନ ଶ୍ରମ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ସୁଶାନ୍ତ ସିଂଙ୍କ କରକମଲରେ ଉଦ୍ଘାଟିତ ହୋଇଥିଲା ।

ସମ୍ମାନିତ ଅତିଥି ଭାବେ ବି.ଡ଼ି.ଓ. ବିଶ୍ଵରଞ୍ଜନ କର, ସି.ଡ଼ି.ପି.ଓ. ରାସେଶ୍ଵରୀ ସାହୁ, ଏଡିଏଓ ରବିନ୍ଦ୍ର ସେନାପତି, ଡ଼ି.ପି.ସି. ନାରାୟଣ ପାଣିଗ୍ରାହୀ, ଭି.ଏ.ଡବ୍ଲୁ. ସ୍କୃତିରଞ୍ଜନ ବେହେରା, ଜାଜ୍ଞେଶ୍ୱର ମଲ୍ଲିକ, ଦିଲିପ ତରାଇ , ଓ.ଏଲ୍‌.ଏମ୍. ର ସଂଜୀବ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ଏହି ଉଦ୍ଘାଟନି ଉତ୍ସବରେ ଜୟ ଅମ୍ବେ ସ୍ଵୟଂ ସହାୟକ ଦଳ ମାଣ୍ଡିଆରେ ପ୍ରସ୍ତୁତ ଗଜା, ରସ ବରା, ମୁଡ଼କୁ, ଗୁଳାପଜାମୁନ, ଆରିସା ପିଠା, କାକାରା, ରସ ଗଜା, କଚୋଡ଼ି, କଦଳୀ ଫୁଲ, ମଣ୍ଡା ଆଦି ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରି ଲୋକକୁ ଖାଇବାକୁ ଦେଇଥିଲେ l

ଓଡିଶା ମିଲେଟ୍ସ୍ ମିଶନର ଉକ୍ତ କାର୍ଯ୍ୟକ୍ରମକୁ ବ୍ଲକ ପ୍ରୋଗ୍ରାମ ସଂଯୋଜକ ଗୌର ଚନ୍ଦ୍ର ରଣା ଓ ସହ ସଂଯୋଜକ ମାଶାଲୁ ସେଠ ପରିଚାଳନା କରିଥିଲେ ।  ସୋହେଲା ଏଫ.ପି.ଓ.ର ସି.ଇ.ଓ ଚୁମ୍ବିଲାଲ ଦ୍ଵାରୀ, ବି.ଓ.ଡି. ମେମ୍ବର ସସ୍ମିତା ପଧାନ, ଯାଜ୍ଞସେନୀ ନାୟକ, ଅନିତା ଖୁଣ୍ଟଲା, କେତକୀ ସାହୁ ଏବଂ ସି.ଆର.ପି. ଝସକେତନ ଦେହେରୀ , ଉତ୍ତର କୁମାର ବାରିକ, ମୋହନ ଭୋଇ, ଦୁର୍ଗା ପ୍ରସାଦ ଦାସ, ଉମାକାନ୍ତ ଚୌହାନ ଆଦି ପ୍ରମୁଖ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.