ମେଗା ଏୟାରଭାଲ ଚୋରୀ କରିଥିବା ଅଭିଯୋଗରେ କବାଡିବାଲାଙ୍କୁ କୋର୍ଟଚାଲାଣ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ସରକାର ମେଗା ଉଠାଜଳ ପ୍ରକଳ୍ପ କରି ଚାଷୀମାନଙ୍କୁ ଖରିଫ ଋତୁରେ ପାନୀୟ ଜଳଯୋଗାଣର ବ୍ୟବସ୍ଥା କରିଥିବା ବେଳେ କେତେକ ଦୁର୍ବୁତ୍ତ ଏୟାରଭାଲକୁ ଚୋରୀ କରିଥିବା ଅଭିଯୋଗରେ ସଇଁତଲା ପୋଲିସ ଏକ ମାମଲା ରୁଜୁ କରି ଜଣେ ଅଭିଯୁକ୍ତ କବାଡିବାଲାକୁ  ଗିରଫ କରି ସଇଁତଲା କୋର୍ଟକୁ ଚାଲାଣ କରିଛି l ଅଭିଯୁକ୍ତ ଜଣକ ହେଲେ ଇମ୍ରାନ ଖାନ (୪୨) ତାଙ୍କ ଘର ତୁଷୁରା, ସେ ଚାଟିପଦର ଠାରେ କବାଡି ଦୋକାନ କରିଥିବା ଜଣାପଡିଛି l ଘଟଣା ପ୍ରକାଶ ଯେ, ସଇଁତଲା ବ୍ଲକର ବେଲଗାଁ, ଶିଶକେଳା, ଘୁନସର ଓ ବାବୁଉଲବା ଅଞ୍ଚଳରେ ଥିବା ମେଗା ଉଠାଜଳ ପ୍ରକଳ୍ପ ଦ୍ୱାରା ଚାଷୀମାନଙ୍କୁ ଖରିଫ ଋତୁରେ ପାନୀୟ ଜଳଯୋଗାଣ ବ୍ୟବସ୍ଥା କରାଯାଇଥାଏ l ଏହା ଦ୍ୱାରା ଅଞ୍ଚଳର ଚାଷୀମାନେ ଚାଷ କାଯ୍ୟ କରି ଉପକୃତ ହୁଅନ୍ତି l କିନ୍ତୁ ଜଳ ଯୋଗାଣ ବନ୍ଦ ଥିବାବେଳେ ଏହାର ସୁଯୋଗ ନେଇ ଦୁର୍ବୁତ୍ତମାନେ ମେଗା ଭାଲ ଚୋରୀ କରି ନେଇଥିବା ମେଗା ପ୍ରକଳ୍ପର ସୁପରଭାଇଜର ଦେବାଶିଷ ସାହୁ ସଇଁତଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଏହାକୁ ଭିର୍ତ୍ତି କରି ସଇଁତଲା ଥାନା କେଶ ନଂ ୧୪୮/୨୩ ରେ ଏକ ଚୋରୀ ମାମଲା ରୁଜୁ ପୋଲିସ ଘଟଣାର ତଦନ୍ତ ଆରମ୍ଭ ଚଲାଇଥିଲା l ଏଥିରେ ପୋଲିସ କିଛି ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ତୁଷୁରାର କବାଡିଵାଲା ଇମ୍ରାନ ଖାନ ର ଗୋଦାମକୁ ଚଢ଼ାଉ କରିଥିଲା l ଯାହା ଫଳରେ ଇମ୍ରାନ ଚୋରୀ କରିଥିବା ଅଭିଯୋଗରେ ପୋଲିସ ଗିରଫ କରି ସଇଁତଲା କୋର୍ଟକୁ ଚାଲାଣ କରିଛନ୍ତି l ଏହି ଭାଲ ର ମୂଲ୍ୟ ହାରାହାରି ୬୦/୮୦ ହଜାର ଟଙ୍କା ହେବ l ଏଥିରେ ପୋଲିସ ୩ ଗୋଟି ଭାଲକୁ ମଧ୍ୟ ଜବତ କରିଛି l ଉକ୍ତ ମାମଲାକୁ ସଇଁତଲା ଆଇଆଇସି ଅବନୀ କୁମାର ସାହୁ ଘଟଣାର ଅଧିକ ତଦନ୍ତ ଜାରୀ ରଖିଥିବା ପ୍ରକାଶ କରିଛନ୍ତି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.