ଆଠ ଦିନ ହେବ ନିଖୋଜ ଯୁବତୀଙ୍କ ପତ୍ତା ମିଳୁନି

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜ଼ିଲ୍ଲାରେ ଦିନକୁ ଦିନ ନାବାଳିକା ଯୁବତୀ ଅପହରଣ ମାମଲା ବୃଦ୍ଧି ପାଇବାରେ ଲାଗିଛି l କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ମହାସିଙ୍ଗି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି l ଚଳିତ ମାସ ୧୫ ତାରିଖ ଦିନ ମହାସିଙ୍ଗି ପଞ୍ଚାୟତ ପାତ୍ର ସାହିର ଝୁନୁରାଣୀ କହଁର ନିଖୋଜ ଥିବା ନେଇ ବାଲିଗୁଡା ଥାନାରେ ଅଭିଯୋଗ ହୋଇଛି l ଏନେଇ ବାଲିଗୁଡା ଥାନାରେ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଚଳାଇଛି ବାଲିଗୁଡା ପୋଲିସ l ହେଲେ ଏ ଯାଏଁ ପୋଲିସ ନିରୁଦ୍ଧିଷ୍ଟ ଯୁବତୀ ଙ୍କ ସନ୍ଧାନ ପାଇ ନ ଥିବାରୁ ପରିବାର ଲୋକେ ଦୁଃଖ ରେ ଭାଙ୍ଗି ପଡିଛନ୍ତି l ସୂଚନା ପ୍ରକାରେ ଚଳିତ ମାସ ୧୫ ତାରିଖ ଦିନ ରଜ ଉତ୍ସବ ଚାଲିଥିବା ବେଳେ ଝୁନୁରାଣୀ ଘରେ କାହାକୁ କିଛି ନ କହି ଘରୁ ବାହାରି ଥିଲେ, ହେଲେ ସନ୍ଧ୍ୟା ପୂର୍ବରୁ ଘରେ ନ ପହଂଚି ବାରୁ ପରିବାର ଲୋକେ ସାହି ପଡିଶା ବନ୍ଧୁ ବାନ୍ଧବ ନିକଟସ୍ଥ ଗାଁ ସବୁ ଖୋଜା ଖୋଜି କରିବା ପରେ ସନ୍ଧାନ ନ ମିଳିବାରୁ ପୋଲିସ ର ଆଶ୍ରୟ ନେଇଥିଲେ l କେହି ଦୁର୍ବୁତ୍ତ ଝୁନୁଙ୍କୁ ଅପହରଣ କରି ଲୁଚାଇ ରଖିଥିବା ବିଷୟ ପରିବାର ଲୋକେ ସନ୍ଦେହ କରୁଛନ୍ତି l ଘଟଣା କୁ ଆଠ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଏ ଯାଏ କୌଣସି ସୁରାକ ପାଇପାରୁନାହିଁ l ଝୁନୁରାଣୀଙ୍କ ଖୋଜ ଖବର ମିଳୁନଥିବାରୁ ପରିବାର ଲୋକେ ଚିନ୍ତାରେ ଭାଙ୍ଗି ପଡିଛନ୍ତି l ଏଣୁ ଏଥିପ୍ରତି ପୋଲିସ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ନିଖୋଜ ଯୁବତୀଙ୍କ ସନ୍ଧାନ ପାଇଁ ପରିବାର ଲୋକେ ଆକୁଳ ନିବେଦନ କରିଛନ୍ତି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.