ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ବଡ଼ମାଳ ଗୋଲାବାରୁଦ କାରଖାନା ଠାରେ ମହିଳା ମଣ୍ଡଳ ଦ୍ୱାରା ଗୋଣ୍ଡୱାନାରାଣୀ ରାଣୀଦୁର୍ଗାବତୀଙ୍କ ୪୬୦ ତମ ଆତ୍ମ ଗୌରବ ଦିବସ ପାଳିତ ହୋଇଯାଇଛି । ମହିଳା ମଣ୍ଡଳର ସଭାପତି ବୀଣାପାଣି ନେଟିଙ୍କ ସଭାପତିତ୍ୱରେ ପ୍ରଥମେ ରାଣୀଦୁର୍ଗାବତୀଙ୍କୁ ମାଲ୍ୟାର୍ପଣ କରି ତାଙ୍କ ସଂକ୍ଷିପ୍ତ ବକ୍ତବ୍ୟରେ ସମାଜକୁ ଏକ ସୁନ୍ଦର ଦିଗଦର୍ଶନ ଦେବା ସହିତ ସମାଜରେ ନାରୀର ଭୂମିକାକୁ ପ୍ରମୁଖ ସ୍ଥାନ ଦେଲେ ସମାଜ ଆଗକୁ ବଢ଼ିପାରିବ ବୋଲି କହିଥିଲେ । ଦୁର୍ଗାବତୀ ମହିଳା ମଣ୍ଡଳର ସମ୍ପାଦିକା ମୁଖୀ ଧରୁଆ ସଭାକୁ ପରିଚାଳନା କରି ନାରୀ ଶିକ୍ଷା ବିନା ପରିବାର ଶ୍ରୀମୁଖ ହୀନ, ତେଣୁ ନାରୀଶିକ୍ଷା ନିହାତି ଜରୁରୀ, ନଚେତ ଠିକ ରୂପେ ଘର ଚଳି ପାରିବ ନାହିଁ ବକ୍ତବ୍ୟ ରଖିଥିଲେ। ଏଥିରେ ଗୋଣ୍ଡ ସମାଜର ବହୁତ ସଭ୍ୟ ଯୋଗଦାନ କରିଥିଲେ l ଶୁଭଶ୍ରୀ ଭୋଇ, ଗୀତାଞ୍ଜଳୀ କୁମୁରା, ଶୁଭ୍ରକେଶୀ କୁମୁରା,ତୀଲୋ ତ୍ତମା ନାଏକ,ଟିକେଶ୍ୱରୀ ନାଏକ,କଲ୍ୟାଣୀ ନାଏକ,ଶୈଳବାଲା ନାଏକ ଓ ବବିତା ଧରୁଆ ପ୍ରମୁଖ ମଧ୍ୟ ସାମିଲ ହୋଇଥିଲେ । ଶେଷରେ ସଂଘର କୋଷାଧ୍ୟକ୍ଷ ଦଶମୀ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।