ତେଲ ନଦୀ ବ୍ରିଜ ଉଭୟ ପଟ ରାସ୍ତାର ବାଲି ସଫା କଲେ ସ୍ବେଛାସେବୀ

ଦ୍ଵିତୀୟ ଦିନରେ ସାମିଲ ହେଲେ ଦୁଇ ଜଣ ଟ୍ରାକ୍ଟର ମାଲିକ ଓ ସହଯୋଗୀ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ମନମୁଣ୍ଡା ତେଲ ବ୍ରିଜରେ ଦୀର୍ଘମାସରୁ ଜମି ଥିବା ବାଲି ସବୁକୁ ସଫା କଲେ ସ୍ୱଚ୍ଛ ଭାରତ ସଂଗଠନ ସୋନପୁର ମନମୁଣ୍ଡାର ସ୍ବେଛାସେବୀ l ବ୍ରିଜରେ ଜମିଥିବା ପ୍ରଥମ ବର୍ଷା ପାଣି, ବାଲି, ଖାଲ ନାଳ ଓ ଲୁହା ଛଡ଼ ଯୋଗୁଁ ପ୍ରତ୍ୟହ ଯିବା ଆସିବା କରୁଥିବା ହଜାର ହଜାର ଗାଡି ଚାଳକ ଓ ଯାତ୍ରୀ ଅସୁରକ୍ଷିତ ମନେ କରୁଥିବା ଅଭିଯୋଗ ହୋଇ ଥିବାରୁ ଓ ଛୋଟ ବଡ଼ ଦୁର୍ଘଟଣା ମଧ୍ୟ ଘଟୁଥିବାରୁ ପ୍ରତିବର୍ଷ ଏହି ସ୍ବେଛାସେବୀ ମାନେ ଲୋକଙ୍କୁ ଏକାଠି କରି ଏ ମହା ଅଭିଯାନକୁ ସପ୍ତାହେ ବ୍ୟାପି ଚାଲୁ ରଖନ୍ତି l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

୧୯୭୩ ମସିହାରେ ଓଡିଶାର ରାଜ୍ୟପାଳ ବି ଡି ଜଟ୍ଟୀଙ୍କ ଦ୍ୱାରା ଶୁଭାରମ୍ଭ ହୋଇ ବାଲାଙ୍ଗୀର ସୋନପୁରରୁ ବୌଦ୍ଧ ଜ଼ିଲ୍ଲା ଓ ରାଜଧାନୀ ଭୁବନେଶ୍ୱରକୁ ସଂଯୋଗ କରୁଥିବା ଏହି ପୁରାତନ ତେଲ ବ୍ରିଜ ଦୀର୍ଘ ଦିନରୁ ରୁଗ୍ଣ ଓ ଜରାଜୀର୍ଣ ଅବସ୍ଥାରେ ରହିଛି l କିନ୍ତୁ ଏହାର ଯତ୍ନ ଓ ରକ୍ଷଣା ବେକ୍ଷଣ ଦିଗରେ ଏନ ଏଚ ବିଭାଗ ଓ ରାଜ୍ୟ ପ୍ରଶାସନ ର ଅଣଦେଖା ଯୋଗୁଁ ଆଜି ଆଉ ଏକ ଦ୍ଵିତୀୟ ନୂତନ ପୋଲର ଆବଶ୍ୟକ ଜରୁରୀ ହୋଇ ପଡିଛି l ଯଦି ପବ୍ଲିକ କିମ୍ବା ସାମ୍ବାଦିକଙ୍କ କେବେ କିଛି ଅଭିଯୋଗ ହୁଏ ତାହେଲେ କେବେ କେବେ ରଙ୍ଗ ଓ ସିମେଣ୍ଟ ପିଚୁ ଟିକିଏ ବୋଳି ଦେଇ ଏନଏଚ ବିଭାଗ ଚତୁରତାର ସହ ନିଜକୁ ଦୋଷ ମୁକ୍ତ ଭାବେ l

Udyog Nursery
Udyogi Nursery

ଆଜିର ଏହି ବାଲି ସଫେଇ ଅଭିଯାନରେ ଜ଼ିଲ୍ଲା ଟ୍ରାକ୍ଟର ମାଲିକ ବୈକୁଣ୍ଠ ଶତପଥୀ, ଭଗବାନ ଭୁକ୍ତାଙ୍କ ସହିତ ତାଙ୍କ କିଛି ଶ୍ରମିକ ମଧ୍ୟ ସାମିଲ ହୋଇ ତାଙ୍କ ମହାନତା ଦେଖାଇଛନ୍ତି l ସ୍ୱଚ୍ଛ ଭାରତ ସଂଗଠନର ଉଦ୍ୟୋକ୍ତା ସୟଦ ଅଲିମୁଲ ଇସଲାମ, ଗରିବ ଲୋଇ, ପୋଲିସ ଆର ଆଇ ପ୍ରଦ୍ୟୁମ୍ନ ପଟେଲ, ପ୍ରହଲ୍ଲାଦ ମିଶ୍ର, ଇନ୍ଦୁମତୀ ପୁରୋହିତ, ମନୋରଞ୍ଜନ ତ୍ରିପାଠୀ, ମନୋଜ ପଣ୍ଡା, ନାରାୟଣ ରଥ, ଲଡ଼ୁ କିଶୋର ମଲ୍ଲିକ, ସୁଶାନ୍ତ ସାହୁ, ଜୟନ୍ତ ବେହେରା, ସିମାଞ୍ଚଳ ହୋତା, ଡା.ସରୋଜ ପଟେଲ, ରୋମୁ ତିୱାର, ବିକ୍ରମ ବାବୁ, ମିଲୁ ବାବୁ, ବାବୁଲା ସାହୁ ପ୍ରମୁଖ ଅନେକ ସଭ୍ୟ ଯୋଗ ଦେଇ ଆଜି ଏ ଅଭିଯାନକୁ ଦ୍ଵିତୀୟ ଦିନରେ ପହଞ୍ଚାଇଛନ୍ତି l ପ୍ରକାଶ ଥାଉ କି ଯେ ୨୦୧୪ ମସିହାରୁ ଏହି ସଂଗଠନ ତେଲ ବ୍ରିଜର ରକ୍ଷଣା ବେକ୍ଷଣ ପାଇଁ ବାଲି ସଫେଇ ଓ ଉଭୟ ପଟ ର ଖାଲ ପୋତିବା ସହିତ ସୁପ୍ତ ହୋଇ ରହି ଥିବା ବୌଦ୍ଧ ବାଲାଙ୍ଗୀର ଏନ ଏଚ ବିଭାଗକୁ ଜାଗ୍ରତ କରିଆସୁଥିବା ଅନେକ ନଜିର ରହିଛି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.