ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କର୍ଲାମୁଣ୍ଡା ବ୍ଲକ ପ୍ରେସ କ୍ଲବ ପକ୍ଷରୁ ସଭାପତି ନରୋତ୍ତମ ସେଲମାଙ୍କ ନେତୃତ୍ୱରେ ବୁଧବାର ନୂତନ ଭାବେ ଯୋଗ ଦେଇଥିବା କର୍ଲାମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ବିଜୟଲଷ୍ମୀ ନାଗଙ୍କୁ ସଂଘର କାର୍ଯ୍ୟକର୍ତ୍ତାମାନେ ସୌଜନ୍ୟ ମୂଳକ ସାକ୍ଷାତ କରି ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଏଥିରେ ପ୍ରେସ କ୍ଲବ ସଭାପତି ତଥା ଓଡିଶା ସାମ୍ବାଦିକ ସଂଘ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ନରୋତ୍ତମ ସେଲମା, ସାଧାରଣ ସମ୍ପାଦକ ପ୍ରଦୀପ କୁମାର ସାହୁ, ଉପସଭାପତି ସତ୍ୟ ନାରାୟଣ କୁମାର, ସଭ୍ୟ ପ୍ରଦୀପ ରଣା, ସତ୍ୟ ବ୍ରତ ବଗର୍ତ୍ତି, ହିରୋଜ ସାହୁ ପ୍ରମୁଖ ଯୋଗ ଦେଇ ବ୍ଳକକୁ ଶିକ୍ଷା କ୍ଷେତ୍ରରେ ରାଜ୍ୟରେ ଏକ ନମ୍ବର କିପରି କରାଯାଇ ପାରିବ ସେ ଦିଗରେ ଗୋଷ୍ଠି ଶିକ୍ଷା ଅଧିକାରିଣୀଙ୍କ ସହ ଆଲୋଚନା କରିଥିଲେ। ଏଥିସହିତ ସ୍ଥାନୀୟ ଶିକ୍ଷା ସମସ୍ୟା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ବିଇଓ ମଧ୍ୟ ସମସ୍ତଙ୍କ ସହଯୋଗ କାମନା କରିଥିଲେ।