ଉତ୍କଳ ଗୋପାଳ ଗଉଡ ସମାଜ ଜିଲ୍ଲା ମହିଳା ସଂଗଠନର ବୈଠକ

ଗଉଡ ସମାଜର ମହିଳାଙ୍କ ବିକାଶ ଚାହୁଁ :ଜିଲ୍ଲା ସଭାନେତ୍ରୀ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଉତ୍କଳ ଗୋପାଳ ଗଉଡ ସମାଜ ରାୟଗଡା ଜିଲ୍ଲା ଶାଖା ମହିଳା ସଂଗଠନର ଏକ ସାଧାରଣ ବୈଠକ ଆଜି କାଶୀପୁର ବ୍ଲକ ଖୁରୀଗାଁ ପଂଚାୟତ ଅନ୍ତର୍ଗତ ଦର୍ଶନୀୟ ସ୍ଥାନ ଚେରକଟା ଠାରେ ଅନୁଷ୍ଠିତ ହୋଇଯାଇଛି | ଜିଲ୍ଲା ସଭାପତି ସୁରତ ଗୋପାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମହିଳା ସଂଗଠନର ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ମୋନାଲିସା ଗଉଡ, ଜିଲ୍ଲା ସମ୍ପାଦିକା ଶ୍ରୀମତୀ କୁନ୍ତୀ ଗୌଡ଼ ଦୀପଧୂପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ | ରାୟଗଡା ଜିଲ୍ଲା ମହିଳା ସଂଗଠନର ସଭାନେତ୍ରୀ ମୋନାଲିସା ଏବଂ ସମ୍ପାଦିକା କୁନ୍ତିଙ୍କୁ ନୂଆ ଦାୟିତ୍ୱ ନ୍ୟସ୍ତ କରାଯାଇଥିବାରୁ ଜିଲ୍ଲା କମିଟି ସଭାପତି ସୁରତ ଗୋପାଳ ଉଭୟଙ୍କୁ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଜିଲ୍ଲାରେ ଗଉଡ ସମ୍ପ୍ରଦାୟର ମହିଳାମାନେ ଆଜି ବି ଅବହେଳିତ ହୋଇ ରହିଛନ୍ତି | ନିଜେ ସ୍ୱାବଲମ୍ବୀ ତଥା ସଶକ୍ତ ହୋଇପାରି ନାହାନ୍ତି | ସରକାରଙ୍କ ତରଫରୁ ମହିଳା ମାନଙ୍କୁ ସ୍ୱାବଲମ୍ବୀ କ୍ଷେତ୍ରରେ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦିଆ ଯାଉଥିବା ବେଳେ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଗଉଡ ସମ୍ପ୍ରଦାୟର ମହିଳା ମାନେ ବିଭିନ୍ନ ମୌଳିକ ଅଧିକାରରୁ ବଞ୍ଚିତ ଥିବାରୁ ଆଜି ସେମାନେ ବହୁତ ପଛରେ ରହିଛନ୍ତି | ତେଣୁ ସେମାନଙ୍କ କିପରି ବିକାଶ ହୋଇ ପାରିବ ଏବଂ ସମାଜର ମୁଖ୍ୟ ସ୍ରୋତରେ ସେମାନେ ମଧ୍ୟ କାନ୍ଧକୁ କାନ୍ଧ ମିଶାଇ କିପରି ଚାଲି ପାରିବେ ସେ ନେଇ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଜିଲ୍ଲା ସଭାନେତ୍ରୀ ମୋନାଲିସା ଓ ଜିଲ୍ଲା ସମ୍ପାଦିକା କୁନ୍ତୀ ବୈଠକ ରେ ବକ୍ତବ୍ୟ ରଖିଥିଲେ |

Udyog Nursery
Udyogi Nursery

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଶ୍ରୀ ଗୋପାଳ ସଂଗଠନ ବିଷୟରେ ଆଲୋକପାତ କରିଥିବା ବେଳେ ଜିଲ୍ଲା ସମ୍ପାଦକ ଶିବ ନାରାୟଣ ଗଉଡ ସଂଯୋଜନା କରିଥିଲେ | ଉପ ସଭାପତି ଶରତ ଚନ୍ଦ୍ର ଗଉଡ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଦେଇଥିଲେ | ଏହି ବୈଠକରେ ସଂଗଠନ କାର୍ଯ୍ୟକର୍ତା ଜିଲଧର ଗଉଡ, ଡମ୍ବୁରୁ ଗଉଡ, ଜୟଧନ ଗଉଡ, ବଳଦେବ ଗଉଡ, କୈଳାଶ ଗଉଡ, ନୀଳବତୀ ଗଉଡ, ଲଳିତା ଗଉଡ, ଅଳକା ଗଉଡଙ୍କ ସମେତ ଦୁଇ ଶହରୁ ଉର୍ଦ୍ଧ ମହିଳାମାନେ ଯୋଗ ଦେଇଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.