ଏସିଆନ ଗେମ୍ସ ପାଇଁ ଜିମ୍ନାଷ୍ଟ ଚୟନ ଶିବିର

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (ନିଲେଶ କୁମାର ନାଗ): ଭାରତୀୟ ଜିମ୍ନାଷ୍ଟିକ୍ସ ଫେଡେରେଶନ, ଓଡିଶା କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ମିଳିତ ସହଯୋଗରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମର ଜିମ୍ନାଷ୍ଟିକ୍ସ ସେଂଟରରେ ଏସିଆନ ଗେମ୍ସ-୨୦୨୩ ପାଇଁ ଆର୍ଟିଟିକ୍ସ ଜିମ୍ନାଷ୍ଟିକ୍ସ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି। ପୁରୁଷ ବିଭାଗରେ ହରିୟାଣାର ଯୋଗେଶ୍ୱର ସିଂ, ଓଡିଶାର ରାକେଶ ପାତ୍ର ଓ ତପନ ମହାନ୍ତି ପ୍ରଥମ ୩ଟି ସ୍ଥାନରେ ରହିଥିଲେ। ମହିଳା ବିଭାଗରେ ଦୀପା କର୍ମାକାର, ପ୍ରଣତି ଦାସ ଓ ପ୍ରଣତି ନାୟକ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହଥିଲେ। ହାଇ ପରଫର୍ମାନ୍ସ ସେଂଟର ଉଚ୍ଚକୋଟୀର ବୋଲି ସେ କହିଥିଲେ। ଯୁବ ଜିମ୍ନାଷ୍ଟ ତପନଙ୍କ ଏହା ପ୍ରଥମ ଏସିଆନ ଗେମ୍ସ ଟ୍ରାଏଲ୍ସ ହୋଇଥିବାରୁ ବେଶ ଉତ୍ସାହିତ ଅଛନ୍ତି। ଭାରତ ପାଇଁ ଚୟନ ହେବା ପରେ ମୁଁ ମନପ୍ରାଣ ଦେଇ ଉଦ୍ୟମ କରିବି ବୋଲି ସେ କହିଛନ୍ତି। ଓଡିଶା ଏଏମ/ଏନଏସ ଜିମ୍ନାଷ୍ଟିକ୍ସ ହାଇ ପରଫର୍ମାନ୍ସ ସେଂଟରର ମୂଖ୍ୟ କୋଚ ଅଶୋକ କୁମାର ମିଶ୍ର ଏହି ଇଂଭେଟ ଯୋଗୁ ଯୁବ ଖେଳାଳିମାନେ ପ୍ରଦର୍ଶନସ୍ତରରେ ଉନ୍ନତି ଘଟିବ ବୋଲି କହିଛନ୍ତି। ପୁରୀ, ଜୟପୁର, ଭୁବନେଶ୍ୱର ଓ ରାଉରକେଲାରେ ଏହି ସେଂଟର ଭଲ କାମ କରୁଛି ବୋଲି ଶ୍ରୀ ମିଶ୍ର କହିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.