କଳାହାଣ୍ଡି ବେସରକାରୀ କଲେଜ ଶିକ୍ଷକ ସଂଘର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କଳାହାଣ୍ଡି ବେସରକାରୀ କଲେଜ ଶିକ୍ଷକ ସଂଘ ର ପରିବର୍ଦ୍ଧିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରଫେସର ରଘୁନାଥ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ସଂଘର ରାଜ୍ୟ ସଂଗଠନ ସମ୍ପାଦକ ପ୍ରଫେସର ପ୍ରଣୟ ତ୍ରିପାଠୀ ଯୋଗଦେଇ ସାମ୍ପ୍ରତିକ ସାଙ୍ଗଠନିକ ସ୍ଥିତି ତଥା ଆଗାମୀ ରାଜ୍ୟ ସାମ୍ବିଧାନିକ ସମ୍ମିଳନୀ ଉପରେ ଆଲୋକପାତ କରିଥିଲେ l ସଂଘର ଦାବୀ ସମୁହ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ବନ୍ଧରେ ଆଲୋଚନା କରାଯାଇଥିଲା l ନିୟମିତ ବୈଠକ ଓ ସଭ୍ୟଚାନ୍ଦା ସଂଗ୍ରହ ଉପରେ ଗୁରୁତ୍ୱ ଆରୋପ କରଯାଇଥିଲା l ଜ଼ିଲ୍ଲା ସମ୍ପାଦକ ପ୍ରଫେସର ସୁଶାନ୍ତ ପାଢ଼ୀ, ସଂଗଠନ ସମ୍ପାଦକ ପ୍ରଫେସର ବିନୋଦ ପଟ୍ଟନାୟକ, ଉପସଭାପତି ପ୍ରଫେସର ଦିଲୀପ ଦାଶ ଓ ପ୍ରଫେସର ଭୁବନ ଠାକୁର, ଯୁଗ୍ମ ସମ୍ପାଦକ ପ୍ରଫେସର ସଞ୍ଜୟ ସିଂହ, ସହ ସମ୍ପାଦିକା ପ୍ରଫେସର ବାସନ୍ତୀ ସାହୁ, ବୋର୍ଡା ଜୁନିଅର କଲେଜ ଅଧ୍ୟକ୍ଷ ପ୍ରଫେସର ସୁମନ ରଥ, ମ. ରାମପୁର କଲେଜ ଅଧ୍ୟକ୍ଷ ପ୍ରଫେସର ସୁଧାଂଶୁ ପଣ୍ଡା, ପ୍ରଫେସର ବିଶ୍ୱ ବେହେରା ଓ ପ୍ରଫେସର ପୃଥ୍ଵୀରାଜ ପଧାନ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.