ନର୍ଲାରେ ଆଦିବାସୀ ଏକତା ପରିଷଦର ବନ୍ଦ ପାଳନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରାଷ୍ଟ୍ରିୟ ଆଦିବାସୀ ଏକତା ପରିଷଦ ତରଫରୁ ଆଦିବାସୀ ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଓ ଅବିଚାର ବିରୁଦ୍ଧରେ ପ୍ରତିବାଦ କରି ଅଗଷ୍ଟ ୭ ସୋମବାର ଭାରତ ବନ୍ଦ ଡାକରା ଫଳରେ ସାରା ଦେଶରେ ବନ୍ଦ ପାଳନ କରିଛି ଏକତା ପରିଷଦ । ବିଭିନ୍ନ ସମୟରେ ସାରା ଦେଶରେ ଆଦିବାସୀ ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଓ ଅବିଚାରର ୨୧ ଗୋଟି ବିନ୍ଦୁଯୁକ୍ତ ଲିଫଲେଟ ଜାରି କରିଛି ଏକତା ପରିଷଦ । ଏହି ବନ୍ଦକୁ ଭାରତ ମୁକ୍ତି ମୋର୍ଚ୍ଚା ଓ ବହୁଜନ କ୍ରାନ୍ତି ମୋର୍ଚ୍ଚା ସମର୍ଥନ କରିଛି । ଦେଶର ୩୧ ଗୋଟି ରାଜ୍ୟର ୫୬୭ ଗୋଟି ଜିଲ୍ଲାରେ ଏକକାଳୀନ ଚରଣବଦ୍ଧ ଆନ୍ଦୋଳନର ଡାକରା ଦେଇଥିଲା ସଂଘ । ପ୍ରଥମ ପର୍ଯ୍ୟାୟ ଜୁଲାଇ ୬ ରେ ପ୍ରତି ରାଜ୍ୟର ଜିଲ୍ଲା ସ୍ତରରେ ଧାରଣା ପ୍ରଦର୍ଶନ ଏବଂ ଜ୍ଞାନପତ୍ର ପ୍ରଦର୍ଶନ କରାଯାଇଥିଲା । ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ଜୁଲାଇ ୧୮ ରେ ତହସିଲ ସ୍ତରରେ ଧାରଣା ପ୍ରଦର୍ଶନ ଓ ଜ୍ଞାନପତ୍ର ପ୍ରଦାନ, ଜୁଲାଇ ୨୭ ଜିଲ୍ଲା ସ୍ତରରେ ର‌୍ୟାଲି ପ୍ରଦର୍ଶନ କରାଯାଇ ଚତୁର୍ଥ ପର୍ଯାୟ ଅଗଷ୍ଟ ୭ ରେ ଭାରତ ବନ୍ଦ କରିଥିଲା ରାଷ୍ଟ୍ରିୟ ଆଦିବାସୀ ଏକତା ପରିଷଦ । ଏହି କ୍ରମରେ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଯୋର ସୋର ହୋଇଥିଲା ବନ୍ଦ ପାଳନ । ନର୍ଲା ବ୍ଲକ ର ନର୍ଲା, ଛତିକୁଡା, ବାଲିପଡା, ସେରଗଡ, ରୁପ୍ରା ପ୍ରଭୃତି ସ୍ଥାନରେ ନର୍ଲା ବ୍ଲକ ଆଦିବାସୀ ସଂଘର ସଭାପତି ତଥା ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀଙ୍କ ନେତୃତ୍ୱରେ ଉପସଭାପତି ବୀରକିଶୋର ମାଝୀ, ସମ୍ପାଦକ ମାୟାଧର ମାଝୀ, ଆଦିବାସୀ ସଂଘର ପୂର୍ବତନ ସଭାପତି ରଞ୍ଜିତ ମାଝୀ, ଜିଲ୍ଲା ଆଦିବାସୀ ସଂଘର ସମ୍ପାଦକ ଦେବରାଜ ମାଝୀ, ନର୍ଲା ସଭାପତି କିଶୋର ମାଝୀ, ଘନଶ୍ୟାମ ମାଝୀ, ଛବିରାଜ ମାଝୀ, ରାଜୁ ମାଝୀ, ଗଜପତି ମାଝୀ ଏବଂ ୫୦ ରୁ ଉର୍ଦ୍ଧ୍ୱ ସଦସ୍ୟ ସମବେତ ହୋଇ ନର୍ଲାର ବିଭିନ୍ନ ସ୍ଥାନରେ ଉପସ୍ଥିତ ରହି ବନ୍ଦ ପାଳନ କରିଥିଲେ । ବିଭିନ୍ନ ବ୍ୟବସାୟୀକ ପ୍ରତିଷ୍ଠାନ, ବ୍ୟାଙ୍କ, ପୋଷ୍ଟ ଅଫିସ, ବ୍ଲକ, ତହସିଲ ଅଫିସ୍ ଏଭଳି ସରକାରୀ ଅନୁଷ୍ଠାନ ଗୁଡିକ ବନ୍ଦ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.