ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ପାକିସ୍ତାନ ବିପକ୍ଷରେ ଭାରତର ବୃହତ ବିଜୟ

ଓଡ଼ିଆ ବାର୍ତ୍ତା/ ଚେନ୍ନାଇ: ସ୍ଥାନୀୟ ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିରେ ଭାରତ ଅପରାଜେୟ ଭାବେ ଗ୍ରୁପ ପର୍ଯ୍ୟାୟ ଶେଷ କରିଛି । ବୁଧବାର ଅନୁଷ୍ଠିତ ଅନ୍ତିମ ଲିଗ ମ୍ୟାଚରେ ଭାରତ ୪-୦ ଗୋଲରେ ପାକିସ୍ତାନ ବିପକ୍ଷରେ ବୃହତ ବିଜୟ ହାସଲ କରିଛି । ଉଭୟ ଟିମ ମଧ୍ୟରେ ଓଭରାଲ ୮୩ ମ୍ୟାଚ ଖେଳା ଯାଇଥିବା ବେଳେ ଭାରତ ୬୫ ଥର ପାଇଁ ବିଜୟୀ ହୋଇଛି । ସମ୍ପୂର୍ଣ୍ଣ ମ୍ୟାଚରେ ଭାରତୀୟ ଖେଳାଳିମାନେ ପ୍ରଭାବ ବିସ୍ତାର କରି ଖେଳିଥିଲେ । ହରମନପ୍ରୀତ ସିଂ ୨୩ ଓ ୧୫ତମ ମିନିଟରେ ୨ଟି ଗୋଲ ସ୍କୋର କରିଥିଲେ । ଯୁଗରାଜ ସିଂ ୩୬ତମ ଓ ଆକାଶଦୀପ ସିଂ ୫୫ତମ ମିନିଟରେ ଗୋଟିଏ ଲେଖାଁଏ ଗୋଲ ଦେଇଥିଲେ । ଭାରତ ପୂର୍ବରୁ ସେମିଫାଇନାଲରେ ପ୍ରବେଶ କରି ସାରିଛି । ପ୍ରଥମ ମ୍ୟାଚରେ ଭାରତ ୭-୨ ଗୋଲରେ ଚୀନକୁ, ଜାପାନ ସହ ୧-୧ ଡ୍ର ଓ ମାଲେସିଆକୁ ୫-୦ ଗୋଲରେ ପରାସ୍ତ କରିଥିଲା । ଏହି ମ୍ୟାଚକୁ ଚେନ୍ନାଇର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଉପଭୋଗ କରିଥିଲେ ।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.