ଷଷ୍ଠ ଶ୍ରେଣୀ ଛାତ୍ର ମୃତ୍ୟୁ ଘଟଣା : କ୍ଷତିପୂରଣ ଓ ନ୍ୟାୟ ଦାବିରେ ରାଜପଥ ଅବରୋଧ

ପ୍ରତିଶୃତି ପରେ ହଟିଲା ରାସ୍ତାରୋକ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବାଟାଗୁଡ଼ା ସରକାରୀ ଆଶ୍ରମ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଛାତ୍ର ମୃତ୍ୟୁ ଘଟଣାକୁ ନେଇ ଉତ୍ତେଜନା । ନ୍ୟାୟ ଦାବିରେ ସ୍କୁଲ୍ ସମ୍ମୁଖ ୫୯ ନଂ ଜାତୀୟ ରାଜପଥ ଅବରୋଧ କଲେ ଉତ୍ୟକ୍ତ ଲୋକେ । ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦାୟୀତ୍ବ ହୀନତା ଯୋଗୁଁ ଏଭଳି ଘଟଣା ଘଟିଲା । ଏଣୁ ମୃତ ଛାତ୍ରଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି ସହ ପ୍ରଧାନ ଶିକ୍ଷୟିତ୍ରୀ, ହଷ୍ଟେଲ ସୁପରିଟେଣ୍ଡେଣ୍ଟ୍ ଓ ଦାୟିତ୍ବହୀନ କର୍ମଚାରୀଙ୍କୁ ନିଲମ୍ବନ ଦାବି କରି ଶବ ରଖି ରାସ୍ତା ଅବରୋଧ କରିଛନ୍ତି ଉତ୍ୟକ୍ତ ଅଞ୍ଚଳବାସୀ । ଘଟଣା ପ୍ରକାରେ ଶନିବାର ଅପରାହ୍ନରେ ବାଟାଗୁଡ଼ା ସରକାରୀ ଆଶ୍ରମ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଛାତ୍ର ସତ୍ୟାନନ୍ଦ ନାୟକ କୌଣସି କାରଣରୁ ତଳେ ପଡ଼ି ଯାଇ ଅଚେତ ହୋଇପଡ଼ିଥିଲେ । ଏହାପରେ ବିଦ୍ୟାଳୟ କର୍ତ୍ତୁପକ୍ଷ ସତ୍ୟାନନ୍ଦଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ରବିବାର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିଲା ବାଲିଗୁଡ଼ା ପୋଲିସ୍ । ସେପଟେ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ପୋଲିସ୍ । ଥାନା ଅଧିକାରୀ ବାବାଶଙ୍କର ସରାଫ୍, ତହସିଲଦାର ବିଜୟ କୁମାର ସେଠୀ, ଅତିରିକ୍ତ ଜିଲ୍ଲା ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଭିଷଣ ଭୋଇ , ବ୍ଲକ୍ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଦିବେର ମଲ୍ଲିକ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଜାତୀୟ ରାଜପଥ ଅବରୋଧ କରିଥିବା ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ସରକାରୀ ରିଲିଫ ପାଣ୍ଠିରୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇବା ସହ ସରକାରୀ ନିୟମାନୁସାରେ ବଳକା କିଛି ଆର୍ଥିକ ସହାୟତା ତଦନ୍ତ ପରେ ପ୍ରଦାନ କରାଯିବା ପାଇଁ ପ୍ରତିଶୃତି ପାଇବା ପରେ ରାସ୍ତାରୋକ ହଟିଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.