ଆମପାଣି ବୁଢାରଜା ଉଚ୍ଚ ବିଦ୍ୟାଳୟ ପକ୍ଷରୁ ସ୍ୱଚ୍ଛତା ପକ୍ଷ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଆମପାଣି ବୁଢାରଜା ସରକାରୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ସ୍ୱଚ୍ଛତା ପକ୍ଷ ପାଳନ ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସଚେତନତା ଧର୍ମୀ ପଥପ୍ରାନ୍ତ ସଭା ସ୍ଥାନୀୟ ବୁଢାରଜା ମଞ୍ଚଠାରେ ଆୟୋଜିତ ହୋଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାଗ୍ୟବାନ ବାଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଭୁବନେଶ୍ୱରରୁ ଶିକ୍ଷା ବିଭାଗର ଡେପୁଟି ଡାଇରେକ୍ଟର ସୁଶ୍ରୀ ସଂଗୀତା ପଣ୍ଡା ଓ ସୁଶ୍ରୀ ଜୁଲି ମଙ୍ଗରାଜ ବିଦ୍ୟାଳୟ କୁ ପରିଦର୍ଶନ ସମୟରେ ଛାତ୍ରଛାତ୍ରୀଙ୍କ ପ୍ରାର୍ଥନା ସଭାରେ ଉପସ୍ଥିତ ରହିବା ସହିତ ଇ -ଲାଇବ୍ରେରୀ, ବିଜ୍ଞାନଗାର ବୁଲି ଦେଖିଥିଲେ। ଏବଂ ଛାତ୍ରଛାତ୍ରୀଙ୍କୁ ସ୍ୱଚ୍ଛତା ପକ୍ଷ ପାଳନ ଉପଲକ୍ଷେ ଆୟୋଜିତ ସଚେତନତା ରାଲି ଆରମ୍ଭ କରି ଉତ୍ସାହିତ କରିଥିଲେ। ଛାତ୍ରଛାତ୍ରୀମାନେ ବିଭିନ୍ନ ସଚେତନତା ନାରା ଦେଇ ଗ୍ରାମ ପରିକ୍ରମା କରି ଜନସାଧାରଣଙ୍କୁ ବାଲ୍ୟ ବିବାହ ଓ ଡ୍ରପ ଆଉଟ ଶିକ୍ଷାର୍ଥୀଙ୍କ ଉଦେଶ୍ୟରେ ଅଭିଭାଷଣ, ଲଘୁ ନାଟକ ଓ ନୃତ୍ୟ ପରିବେଷଣ କରିଥିଲେ। ଛାତ୍ରୀ ସଂଗୀତା ସୁନାନୀ ବାଲ୍ୟ ବିବାହ, ଜ୍ୟୋତି ମଶ୍ରା ସ୍ୱଚ୍ଛତା ବିଷୟରେ ଓ ଛାତ୍ର ଦୁଷ୍ମନ୍ତ ବଞ୍ଜରା ଡ୍ରପ ଆଉଟ ସମ୍ବନ୍ଧରେ ଅଭିଭାଷଣ ପ୍ରଦାନ କରିଥିଲେ। ଛାତ୍ର ଘାସିରାମ ଛତ୍ରିଆ ଓ ହିମାଂଶୁ ମଶ୍ରା, ଛାତ୍ରୀ ଆଦ୍ୟାଶା ସାହୁ ଓ ସୁଚିସ୍ମିତା ରାଉତ, ଧରିତ୍ରୀ ବାଗ ଓ ତାଙ୍କ ସାଥିମାନେ ନୃତ୍ୟ ଓ ନାଟକ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଲୋକନାଥ ରାଉତ, ଦୟା ସିଂ ନାଏକ, ବିଶ୍ୱମ୍ବର ଧଙ୍ଗଡାମାଝି, ସୁରଜ ତାଣ୍ଡି, ଲିଜୟାନନ୍ଦ ସାହୁ, ହିମାଂଶୁ ଶେଖର ମହାନନ୍ଦ, ସରୋଜ କୁମାର ପଢ଼ିଆରୀ, ମନ୍ଦାକିନୀ ନାଏକ ଓ ଦୁଖେନ୍ଦ୍ର ମାଝୀ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.