ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ପକ୍ଷରୁ ସମୂହ ଛୁଟି; ମ.ରାମପୁର ବିଇଓ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଫେଡେରସନ ମ.ରାମପୁର ବ୍ଳକ ଶିକ୍ଷକ ସଂଘ ପକ୍ଷରୁ ୩ଦଫା ଦାବି ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ଗତ ଅଗଷ୍ଟ ପାଞ୍ଚ ତାରିଖ ଦିନ ପ୍ରଦାନ କରାଯାଇଥିଲା। ଉକ୍ତ ଦାବିର କୌଣସି ସମାଧାନ କିମ୍ବା ନିର୍ଭର ପ୍ରତିଶ୍ରୁତି ନ ମିଳିବାରୁ ଆଜି ଶିକ୍ଷକମାନେ ସମୂହ ଛୁଟି ସହ ସାରା ଓଡ଼ିଶାର ପ୍ରତି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକ ଗଣ ଧାରଣାରେ ବସିଥିଲେ । ସଂଘର ସଭାପତି ବିଭୁତି ଭୂଷଣ ପ୍ରହରାଜଙ୍କ ନେତୃତ୍ୱରେ ସମସ୍ତ ଶିକ୍ଷକ ମାନେ ଧାରଣାରେ ବସିଥିଲେ । ତିନି ଦଫା ଦାବି ଯଥା ରାଜ୍ୟ ସରକାର ଠିକା ଉଛେଦ କରି ଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କାର୍ଯ୍ୟ ରତ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା ସହିତ ଶିକ୍ଷା କର୍ମୀ ଓ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟ କାଳକୁ ନେସନାଲ ଇନକ୍ରୀମେଣ୍ଟ ଦେଇ ମୂଳ ଚାକିରି ରେ ଗଣନା କରାଯାଉ ତଥା ବିଦ୍ୟାଳୟ ରେ ଥିବା ଗଣଶିକ୍ଷକ କଳା ଓ କ୍ରୀଡ଼ା ଶିକ୍ଷକ ମାନଙ୍କୁ ନିୟମିତ ଶିକ୍ଷକ ର ମାନ୍ଯତା ଦିଆଯାଉ। ରାଜ୍ୟ ରେ କେନ୍ଦ୍ର ସରକାର ନୂତନ ଶିକ୍ଷା ନିତିକୁ ପ୍ରଣୟନ କରି ତଦନୁଯାୟୀ କାର୍ଯ୍ୟ କରୁଥିବାରୁ ତଥା ମୂଳ ପଦବୀ ଯୋଗ୍ୟତା ରେ ପରିବର୍ତନ ହୋଇଥିବାରୁ ରାଜ୍ୟରେ ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମୂଳ ବେତନ ଲେବୁଲ- ୯ କେନ୍ଦ୍ର ହାରରେ ଗ୍ରେଡ ପେ ୪୨୦୦ ଶହ କରାଯାଉ। ନୂତନ ପେନସନ ବ୍ୟବସ୍ଥାକୁ ଉଛେଦ କରି ପୁରୁଣା ପେନସନକୁ ପୁନଃ ପ୍ରଚଳନ କରିବା ନେଇ ଦାବି କରିଛନ୍ତି । ଆଜିର ଏହି ସମୂହ ଛୁଟି ଓ ଧାରଣାରେ ମ.ରାମପୁର ବ୍ଲକର ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବନ୍ଦ ରହି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହୋଇ ଥିବାରୁ ବ୍ଲକ ସଭାପତି ଶ୍ରୀ ପ୍ରହରାଜ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏଥିରେ ବିରେନ୍ଦ୍ର କୁମାର ରଥ, ସହଦେବ ସାହୁ, ପୀତାମ୍ବର ସାହୁ, ମୁକେଶ ହୋତା, ମୋହନ ନାଏକ, ଶିବ ଶଙ୍କର ପଣ୍ଡା, ପ୍ରତାପ ନାଏକ, ପ୍ରଫୁଲ୍ଲ ସାହୁ, ମଧୁ ସୂଦନ ସିଂହ, ବନମାଳୀ ମହା ଖୁଡ଼, ତ୍ରିଲୋଚନ ମହା ଖୁଡ଼, କୁନୁ ରଥ, ଶିରିଶ କାନ୍ତ ପଣ୍ଡା, ମୃତ୍ୟୁଞ୍ଜୟ ପୁଟେଲ, ସୁବୋଧ ଛତ୍ରିଆଙ୍କ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.