ରାୟଗଡା ଠାରେ ଆର୍ନ୍ତଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ସମାଜରେ ବିରଷ୍ଠ ବ୍ୟକ୍ତିମାନେ ଅଲୋଡା ନୁହନ୍ତି । ସେମାନେ କେବଳ ବୟସରେ ବରିଷ୍ଠ ନୁହନ୍ତି । ବରଂ ସେମାନଙ୍କ ଦୀର୍ଘ ବର୍ଷର ଅନୁଭୂତି ଓ ଅଭିଞତା, ବିଭିନ୍ନ ସମସ୍ୟା ତଥା ସାମାଜିକ,  ପାରିପାରିକ, ଅର୍ଥନୈତିକ, ରାଜନୈତିକ, ଧାର୍ମିକ ଓ ପରିବେଶିକ ଅଭିଞତା ମଧ୍ୟ ଅନେକ । ତେଣୁ ସେମାନଙ୍କର ଆର୍ଶିବାଦ ଓ ଉପଦେଶକୁ ନେଇ ଆମକୁ ଆଗକୁ ବଢିବାକୁ ହେବ ବୋଲି କହିବା ସହ ବରିଷ୍ଠ ନାଗରିକଙ୍କ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ସରକାରୀ ଯୋଜନା ଓ ସାମାଜିକ ସୁରକ୍ଷା ସହ ଆଇନଗତ ବ୍ୟବସ୍ଥା ଗୁଡିକ ଉପରେ ଆଦିବାସୀ କଲ୍ୟାଣ ତଥା ଆଇନ୍ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବରିଷ୍ଠ ନାଗରିକ କଲ୍ୟାଣ ସଂଘ ପକ୍ଷରୁ ଆୟୋଜିତ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଅବସରରେ ଅନୁଷ୍ଠିତ ସଭାରେ ଆଲୋକପାତ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଗାୟତ୍ରୀ ନଗର ସ୍ଥିତ ବରିଷ୍ଠ ନାଗରିକ ମଙ୍ଗଳ ସଂଘ, ରାୟଗଡା କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ସଭାପତି ବିନୋଦ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭା କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ,ପଛୁଆ ବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ତଥା ଆଇନ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ଅତିରିକ୍ତ ଜିଲ୍ଳାପାଳ ଭାସ୍କର ରୋଇତ, ଉପଜିଲ୍ଳାପାଳ କଲ୍ୟାଣୀ ସଂଘମିତ୍ରା, ସଂଘ ସାଧାରଣ ସଂପାଦକ ଦ୍ୱାରିକାନାଥ ଦାସ ପ୍ରମୁଖ ମଂଚାସୀନ ହୋଇଥିଲେ ।

Udyog Nursery
Udyogi Nursery

ବିଶ୍ୱ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ଉପଲକ୍ଷେ ସଂଘ ପକ୍ଷରୁ ବିଦ୍ୟାଳୟସ୍ତରରେ ଅନୁଷ୍ଠିତ ବକୃତା, ଦେଶତ୍ମାକବୋଧ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ କୃତି ଲାଭ କରିଥିବା ପ୍ରତିଯୋଗୀଙ୍କୁ ଏବଂ ବିଭିନ୍ନ କ୍ଷେତ୍ରରେ ଉଲ୍ଳେଖନୀୟ ତଥା ପ୍ରଶଂସନୀୟ ସଫଳତା ପାଇ ଜିଲ୍ଳାକୁ ଗୈାରବାନ୍ୱିତ କରିଥିବା ତଥା ସୁନାମ ଆଣିଥିବା ୧୧ଜଣ ପ୍ରତିଭାମାନ ବ୍ୟକ୍ତିବିଶେଷଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ୫୦ଜଣ ଆଦିବାସୀ ବୃଦ୍ଧାଙ୍କୁ ଶାଢୀ ବଂଟନ କରାଯାଇଥିଲା ଏବଂ ବୃଦ୍ଧାଶ୍ରମର ଅନ୍ତେବାସୀ ନିମନ୍ତେ ରନ୍ଧା ଖାଦ୍ୟ ବଂଟନ କରାଯାଇଥିଲା । ଏହି ଦିବସ ପାଳନର ଉଦ୍ଦେଶ୍ୟ ସଂପର୍କରେ ଅନ୍ୟ ଅତିଥିମାନେ ମଧ୍ୟ ବରିଷ୍ଠ ନାଗରିକଙ୍କୁ ସମ୍ମାନ ଦେବା ସେମାନଙ୍କର ଉପଦେଶକୁ ଗ୍ରହଣ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଦିବସ ପାଳନ ଅବସରରେ ବରିଷ୍ଠ ନାଗରିକ ମଙ୍ଗଳ ସଂଘର ସଦସ୍ୟମାନେ ଆଜି ସକାଳେ ସଂଘ କାର୍ଯ୍ୟାଳୟରେ ପତକା ଉତୋଳନ କରିବା ପରେ ପ୍ଳାକାର୍ଡ ଓ ବ୍ୟାନର ଧରି ସ୍ଳୋଗାନ ଦେଇ ସଂଘ କାର୍ଯ୍ୟାଳୟ ଠାରୁ ନଗର ପରିକ୍ରମା କରି ଶୋଭାଯାତ୍ରାରେ ବାହାରିଥିଲେ ।

୨୦୦୭ ବର୍ଷରେ ବରିଷ୍ଠ ନାଗରିକଙ୍କୁ ନିମନ୍ତେ ପ୍ରଣୟନ ହୋଇଥିବା ଆଇନ ତଥା ନିୟମଟି ଆଜି ପର୍ଯ୍ୟନ୍ତ ଜନାଦୃତ ହୋଇପାରୁ ନାହିଁ । ବାରମ୍ବାର ସରକାରଙ୍କ ନିକଟରେ ଏହାର ଲୋକାଭିମୁଖୀ ପାଇଁ ସଂଘ ପକ୍ଷରୁ ଦାବି କରାଯାଉଥିଲେ ମଧ୍ୟ ତାହା ଠିକ୍ ସେ କାର୍ଯ୍ୟକାରୀ ହେଉନାହିଁ । ଏହା ଲାଗୁ ହେଲେ ବୟସାଧିକ ବାପା,ମା ମାନେ ନିଜ ସନ୍ତାନଙ୍କ ଠାରୁ ମାଡଗାଳି ଭଳି ନିର୍ଯ୍ୟାତନାରୁ ବର୍ତି ପାରିବେ ତେଣୁ ଯଥାଶୀଘ୍ର ଏହି ନିୟମକୁ କାର୍ଯ୍ୟକାରୀ କରିବା ପାଇଁ ଆଇନ ମନ୍ତ୍ରୀ ଶ୍ରୀ ସାରକାଙ୍କୁ ସଂଘ ସଭାପତି ଶ୍ରୀ ପଣ୍ଡା ଅନୁରୋଧ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମକୁ ସଂଘ ଉପସଭାପତି ୱାଇ.ଭି.ରାଓ, ସହ ସଂପାଦକ ବଳରାମ ଚୈାଧୁରୀ, କୋଷାଧ୍ୟକ୍ଷ ଭି.ଏସ.ଥାପା, ଅଫିସ୍ ସଂପାଦକ ବାପି ପଟ୍ଟନାୟକଙ୍କ ସମେତ ସଭ୍ୟ ଏଲ.ଏନ.ପାତ୍ର, ଚନ୍ଦ୍ରଶେଖର ପାତ୍ର, ଭାସ୍କର ବେହେରା, ଏଚ.କେ.ବାରିକ ଓ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.