ରଜତ ଜୟନ୍ତୀ ଉପଲକ୍ଷେ ରାବଣ ଦରବାର: ଚତୁର୍ଥ ଦିନରେ ବାଲି ବଧ, ବିଭୀଷଣ ରାମଙ୍କ ଶରଣ ଓ ହନୁମାନଙ୍କ ଦ୍ୱାରା ଲଙ୍କା ପୋଡି ନାଟକ ମଞ୍ଚସ୍ଥ 

ମା ଙ୍କ ପୂଜା କରୁଥିବା ପଣ୍ଡିତମାନେ ହେଲେ ସମ୍ମାନିତ

ରମ୍ଭା, ମେନକା ଓ ଉର୍ବଶୀଙ୍କ ନୃତ୍ୟରେ ଦୁଳକିଲା ମଞ୍ଚ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ସହରରେ ସାର୍ବଜନନୀ ନବରାତ୍ର ଦୁର୍ଗାପୂଜା ଉପଲକ୍ଷେ ରଜତ ଜୟନ୍ତୀ ପାଳନ କରୁଥିବା ଅବସରରେ ରାବଣ ଦରବାର ଚତୁର୍ଥ ଦିନରେ ବାଲି ବଧ, ବିଭୀଷଣ ରାମଙ୍କ ଶରଣ ଓ ହନୁମାନଙ୍କ ଦ୍ୱାରା ଲଙ୍କାଗଡ଼ ପୋଡି ନାଟକ ମଞ୍ଚସ୍ଥ ହୋଇଥିଲା l ଏଥିରେ ରଜତ ଜୟନ୍ତୀ ସଭାପତି ସୁରେନ୍ଦ୍ର ସିଂ ଭୋଇ ମୁଖ୍ୟ ଅତିଥି ଓ ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ l ଆଜି ସନ୍ଧ୍ୟାରେ ରାବଣ ଦରବାର ଉଦଯାପିତ ହେବା ସହିତ ଷ୍ଟାଡିୟମରେ ରାବଣ ପୋଡି ଅନୁଷ୍ଠିତ ହେବ l ଏହା ଦେଖିବା ପାଇଁ ମହିଳା ଓ ଲୋକମାନଙ୍କଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ଦେଖାଦେଇଛି l ଏହି ପରିପେକ୍ଷୀରେ ସହରର ଦୁର୍ଗାପୂଜା କମିଟିର ସମାଜସେଵୀମାନଙ୍କୁ ରାଜତ ଜୟନ୍ତୀ କମିଟି ତରଫରୁ ସମ୍ମାନିତ କରାଯାଇଛି l ଏଥିରେ ପଣ୍ଡିତ ବିକ୍ରମ ମିଶ୍ର, କିରଣ ମିଶ୍ର, ସୁରେନ୍ଦ୍ର ମିଶ୍ର, ମାନସ ମିଶ୍ର , ସାଧୁଚରଣ ଦାସ ପୂଜା କ୍ଷେତ୍ରରେ ଦୀର୍ଘ ଦିନରୁ ସହଯୋଗ କରି ଆସୁଥିବା ସ୍ବେଛାସେବୀ ଲଷଣ ବୈଠାରୁ, କାର୍ତିକ ଦଣ୍ଡସେନା ଓ ବୀରବର ରଣାଙ୍କୁ କମିଟିର ସଭାପତି ଶ୍ରୀ ସିଂ ଭୋଇ ଫୁଲତୋଡ଼ା ସହ ଉପଢ଼ୋକନ ଦେଇ ସମ୍ମାନିତ କରିଥିଲେ l ପରେ ଉର୍ବଶୀ, ରମ୍ଭା ଓ ମେନକାଙ୍କ ଦ୍ୱାରା ମନୋରଞ୍ଜନ କାର୍ଯ୍ୟକ୍ରମ ବେଶ ଆକର୍ଷଣୀୟ ହୋଇଥିଲା l ଶେଷରେ ଅନୁଷ୍ଠାନର ସମ୍ପାଦକ ସୁବୋଧ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ l ଏଥିରେ ଚନ୍ଦ୍ର ଚନ୍ଦନ, ରଜତ ପଟ୍ଟନାୟକ, ନାରାୟଣ ସାହୁ, କାଳୁ ଅଗ୍ରୱାଲ, ପବନ ଅଗ୍ରୱାଲ, ସମାରୁ ନାଏକ, ବେଣୁଧର ସାହୁ, ଲଲାଟେନ୍ଦୁ ପୃଷେଠ, ପ୍ରଶାନ୍ତ ପୃଷେଠ, ଉମେଶ ସାହୁ, ଚେଁନୁ ଜୈନ, ରାଜେନ୍ଦ୍ର ଅଗ୍ରୱାଲ, ରାଜା ବୈଠାରୁ, ଦୁର୍ଗେସ ସାହୁ, ସନ୍ଦୀପ ଅଗ୍ରୱାଲ, ଦେବେନ୍ଦ୍ର ଯୋଶୀ, ତରୁଣ ବେହେରା, ରଥି ସାହୁ, ଭୀଷ୍ମ ସାହୁଙ୍କ ସମେତ କମିଟି ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.