କୁରମେଲ ଗ୍ରାମ ପଞ୍ଚାୟତରେ ସମବାୟ ସମିତି ଉଦ୍ଘାଟିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ କୁରମେଲ ଗ୍ରାମ ପଂଚାୟତ ଅଫିସ ପରିସରରେ ସମବାୟ ସମିତି କାର୍ଯ୍ୟାଳୟ ଉଦ୍ଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂ ଦେଓ ଯୋଗଦାନ କରି ଫିତାକାଟି ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ ଏଥିରେ ସମ୍ମାନୀତ ଅତିଥି ଭାବରେ, ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ରମେଶ ସାହୁ, ଜିଲ୍ଲା ପରିଷଦ ସଦସ୍ୟା ଲିଲି ଦୀପ, ସ୍ଥାନୀୟ ସରପଞ୍ଚ ସୁଭଦ୍ରା ମାଝୀ ପ୍ରମୁଖ ଯୋଗଦେଇ ସମବାୟ ସମିତି ଉଦଘାଟନ କରିଥିଲେ । ପ୍ରଥମେ ସିଂ ବାଜା ସହ ଗ୍ରାମର ଧରଣୀ ଦେବୀଙ୍କ ଠାରେ ପୂଜନ କାର୍ଯ୍ୟ କରାଯାଇଥିଲା । ପୂର୍ବତନ ସମିତି ସଦସ୍ୟ ତହସିଲ ସାହୁଙ୍କ ନେତୃତ୍ବରେ ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଗରୁ କୁରମେଲ ଭାନପୁର ସମବାୟ ସମିତି ଅଧୀନରେ ରହିଥିଲା । ଭାନପୁର ସମବାୟ ସମିତି ଅଧିନରେ, କୁରମେଲ, ଭାନପୁର, ବାଗପୁର, ଘୋଡ଼ାବନ୍ଧ ଓ ଭୀମକେଲା ପ୍ରଭୃତି ଗ୍ରାମ ପଞ୍ଚାୟତ ରହିଥିଲା । ଭାନପୁର ସମବାୟ ସମିତି କୁରମେଲ ଗ୍ରାମ ପଂଚାୟତ ଅଫିସରୁ ୮ କି.ମି ଦୂର ହେଉଥିବାରୁ କୃଷି ଭିତ୍ତିକ ବିଭିନ୍ନ କାମ ନେଇ ଯିବାପାଇଁ ଚାଷୀ ଅନେକ ହଇରାଣ ହେଉଥିଲେ । ଏବେ ସମବାୟ ଅଫିସ କୁରମେଲ ରେ ଆରମ୍ଭ ହୋଇଥିବାରୁ ଅଂଚଳର ଚାଷୀମାନେ ଖୁସି ବ୍ୟକ୍ତ କରିଛନ୍ତି। ଏହି ଉଦ୍ଘାଟନୀ ଉତ୍ସଵ କୁ ବରିଷ୍ଠ ସଦସ୍ୟ ପୂର୍ବତନ ସମିତି ସଦସ୍ୟ ତହସିଲ ସାହୁ, କୁରମେଲ ଯୋଗାଣ ସହାୟକ ପଦ୍ମନାଭ ନାଏକ ପରିଚାଳନା କରିଥିଲେ।ଯତୀନ ନାଏକ ମଞ୍ଚ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମ ରେ ଗଜପତି ମାଝୀ, ସୁଧୀର ନାଏକ, ଭୋଳନାଥ ନାଏକ, ଚିତ୍ରସେନ ମାଝୀ, ପପୁ ଭୋଇ, ଭଗବାନ ଦାଣ୍ଡିଆ, ଭୁବନ ମାଝୀ, ଉଦେନାଥ ପାତ୍ର, ମାଣିକ ପାତ୍ର, ଡୁଲେଶ୍ବର ମାଝୀ, ଡାକରୁଷି କୁମାର, ବଲମଣି କରୁଆଁ, ବିଦୁର ନାଏକଙ୍କ ସମେତ ୱାର୍ଡ ସଭ୍ୟ ସଭ୍ୟ, ଚାଷୀକୁଳ ଓ ଅଂଚଳର ଜନ ସାଧାରଣ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.