ଦେବଗିରି-ବୁଢୀପଦର ପରିଦର୍ଶନରେ ଆଇଏଏସ ପ୍ରେମାନିଧି ସେଠ୍

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ପ୍ରେମାନିଧି ସେଠ୍ ବୁଧବାର ନର୍ଲା ନିର୍ବାଚନ ମଣ୍ଡଳୀର ଅନ୍ୟତମ ଐତିହାସିକ ଗ୍ରାମ ଦେବଗିରି-ବୁଢୀପଦର ପରିଦର୍ଶନ କରିଛନ୍ତି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବୁଢୀପଦର ସ୍ଥିତ ଦେବଗିରି ଆଟବିକ ସଭ୍ୟତାର ପ୍ରାଣକେନ୍ଦ୍ର। ମହାକାନ୍ତାର ସଭ୍ୟତାର ରାଜଧାନୀ ଅସୁରଗଡର ପ୍ରତିରକ୍ଷା ଘାଟି ଭାବେ ସୁପରିଚିତ ଦେବଗିରିରେ ବର୍ତ୍ତମାନ ସୁଦ୍ଧା ପ୍ରାଚୀନ କଳା ସଂସ୍କୃତି ଓ ଧର୍ମଧାରା ବଞ୍ଚିରହିଛି। ନିକଟରେ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ଆନୁକୂଲ୍ୟରେ ୩ଦିନ ବ୍ୟାପି ଆୟୋଜିତ ହୋଇଥିବା ୩୧ତମ ରାଜ୍ୟସ୍ତରୀୟ କୁମାରସ୍ବାମୀ ମହୋତ୍ସବରେ ୩୦୦ରୁ ଉର୍ଦ୍ଧ୍ବ ଲୋକକଳାର ଯୋଗ ଦେଇଥିବାବେଳେ ରାଜ୍ୟର ଅନେକ ପ୍ରତିଭାଙ୍କୁ ଦେବଗିରି ସମ୍ମାନ ପ୍ରଦାନ କରାଯାଇଥିଲା। କଳା ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ଅନୁଷ୍ଠାନର ଏହି ସାଧୁ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ ଶ୍ରୀ ସେଠ୍। ସେ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ସଭାଗୃହରେ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା, ସଦସ୍ୟ/ସଦସ୍ୟା ଓ ଗ୍ରାମବାସୀଙ୍କ ସହ ଅଞ୍ଚଳର ବିକାଶ ଦିଗରେ ଆଲୋଚନା କରିଥିଲେ। ଏଥିରେ ଅନୁଷ୍ଠାନର ସଭାପତି ସଞ୍ଜୟ କୁମାର ଧଙ୍ଗଡାମାଝୀ, ସାଧାରଣ ସମ୍ପାଦକ ସୁନୀଲ କୁମାର ଧଙ୍ଗଡାମାଝୀ, କୋଷାଧ୍ୟକ୍ଷ ଜୟଦ୍ରଥ ଜାଲ,  ସାଂସ୍କୃତିକ ସମ୍ପାଦକ ସଲିଲ କୁମାର ଧଙ୍ଗଡାମାଝୀ, ପୂର୍ବତନ ସଭାପତି ପ୍ରଦୀପ କୁମାର ଧଙ୍ଗଡାମାଝୀଙ୍କ ସମେତ ଗ୍ରାମବାସୀମାନେ ଉପସ୍ଥିତ ଥିଲେ। କଳାହାଣ୍ଡିର କଳା, ସଂସ୍କୃତି, ସାହିତ୍ୟ, ଐତିହ୍ୟ ପରମ୍ପରା, ପ୍ରାଚୀନ ଧର୍ମଧାରାର ବାର୍ତ୍ତାବହ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ବୁଢୀପଦର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ ଶ୍ରୀ ସେଠ୍। ଶେଷରେ କ୍ରୀଡ଼ା ସଂପାଦକ ଅନିଲ କୁମାର ଧଙ୍ଗଡାମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.