ବେଳଖଣ୍ଡି ଶିବ ମନ୍ଦିରରେ ୨୦୦୪ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କର୍ଲାମୁଣ୍ଡା ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟ ୨୦୦୪ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ ଧବଳେଶ୍ୱର ଶିବ ମନ୍ଦିର ଵେଳଖଣ୍ଡିଠାରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମାର୍କଣ୍ଡ ପାଢ଼ୀ, ବିଜ୍ଞାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ରାଉତ, ସଂସ୍କୃତ ଶିକ୍ଷକ ପ୍ରଦୀପ୍ତ ଷଡ଼ଙ୍ଗୀ, ହିନ୍ଦୀ ଶିକ୍ଷକ ବସନ୍ତ ପଟ୍ଟନାୟକ, କିରାଣୀ ଅମ୍ଵିଲାଲ ସାହୁ, ଖେଳ ଶିକ୍ଷକ ବେଣୁଧର ନାଗ, ଶିକ୍ଷକ ସୁଦର୍ଶନ ସାହୁ, ଅଶ୍ଵିନ କୁମାର ସାହୁ, ସେବକ ଅଭି ସାହୁ, ସୁବାଷ ସାହୁ, ବିପ୍ର ସାହୁ ଯୋଗଦେଇ ଶିକ୍ଷା, ସଂସ୍କାର ଓ ସଂସ୍କୃତିର ବାର୍ତ୍ତା ପ୍ରଦାନ କରିଥିଲେ। ସମସ୍ତ ଶିକ୍ଷକ ମାନଙ୍କୁ ୨୦୦୪ ବ୍ୟାଚର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶିକ୍ଷକମାନେ କୁନୀ ପ୍ରତିଭା ମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ମଞ୍ଚ ପରିଚାଳନା ସାମ୍ବାଦିକ ନବୀନ କିଶୋର ସାହୁ, ହେମନ୍ତ ସାହୁ ଓ ବିକ୍ରମ ସାହୁ ପରିଚାଳନା କରିଥିବା ବେଳେ ଜଗମୋହନ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.