ଇଭିଏମ୍ ହେରଫେର ନେଇ ଖୁବଶୀଘ୍ର ରହସ୍ୟ ଉନ୍ମୋଚନ କରିିବି -ସାମ୍ ପିଟ୍ରୋଡା

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀ ପ୍ରତିଥର ଭଳି ଏଥର ମଧ୍ୟ ଇଭିଏମକୁ ନେଇ ପ୍ରଶ୍ନ ଉଠାଉଥିବା ବେଳେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ବିଶ୍ୱସ୍ତ ତଥା ଓଭରସିଜ କଂଗ୍ରେସ ସଭାପତି ସାମ୍ ପିଟ୍ରୋଡା ଇଭିଏମ୍ କୁ ନେଇ ପ୍ରଶ୍ନ ଉଠାଇବା ସହ ଖୁବ୍ ଶୀଘ୍ର ଏହାକୁ ଅନ୍ତର୍ଜାତୀୟ ବିଶେଷଜ୍ଞଙ୍କ ନିକଟରେ ହେରଫେର ହେଉଥିବାର ପ୍ରମାଣ ବା ରହସ୍ୟକୁ ଉନ୍ମୋଚନ କରିବେ ବୋଲି ଦାବି କରିଛନ୍ତି।

ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ବନ୍ଧୁ ତଥା ଦେଶରେ ସୂଚନା ବିପ୍ଳବର ପିତା ସାମ୍ ପିଟ୍ରୋଡା ଓରଫ ସତ୍ୟନାରାୟଣ ବିଶ୍ୱକର୍ମା ମଧ୍ୟ ୟୁପିଏ ସରକାରରେ ଜ୍ଞାନ ଆୟୋଗର ଅଧ୍ୟକ୍ଷ ଥିଲେ। ସେ ଦାବି କହୁଛନ୍ତି ଯେ ଇଭିଏମ୍ କୁ ନିଜ ଅନୁସାରେ ନିୟନ୍ତ୍ରଣ କରାଯାଇପାରିବ। ଏଥିରେ ହସ୍ତକ୍ଷେପ ସମ୍ଭବ।

Omkar Vasthu
Omkar Vasthu

ସାମ୍ କହିଛନ୍ତି ଯେ, ବର୍ତ୍ତମାନ ଭାରତରେ ବ୍ୟବହାର ହେଉଥିବା ଇଭିଏମ୍ ମେସିନ୍ ଏକ ଷ୍ଟାଣ୍ଡ-ଏଲୋନ୍ ମେସିନ୍ ନୁହେଁ। ଇଭିଏମ୍ ମେସିନ୍ ସହ ଭିଭିପାଟ୍ ମେସିନ୍ ସଂଯୋଗ ହେବା ପରେ ଏହି ସମସ୍ୟା ଆରମ୍ଭ ହୋଇଥିଲା। ଭିଭିପାଟ୍ ହେଉଛି ଏକ ଅଲଗା ଡିଭାଇସ, ଯେଉଁଥିରେ ହାର୍ଡୱୟାର ଏବଂ ସଫ୍ଟୱେୟାର ରହିଛି । ଭିଭିପାଟ୍ କୁ ଇଭିଏମ୍ ସହ ସଂଯୋଗ କରିବା ପାଇଁ ଏକ ସ୍ୱତନ୍ତ୍ର ସଂଯୋଜକ ବ୍ୟବହାର କରାଯାଏ । ଏହାକୁ ଏସଏଲୟୁ କୁହାଯାଏ । ଏହି ଏସଏଲ୍ୟୁ ଅନେକ ପ୍ରଶ୍ନ ଉଠାଇଛି ବୋଲି ସାମ କହିଛନ୍ତି।

Pearl dental clinic
Near Ashish Medical Store, Bhawanipatna

ଏସଏଲ୍ୟୁ ସଂଯୋଜକ ଭିଭିପିଆଟରେ ଦର୍ଶାଉଛି ଯେ କେଉଁ ବଟନରେ ବିଜେପିକୁ ଭୋଟ ମିଳିଛି, କଂଗ୍ରେସ ପାଇଁ କେଉଁ ବଟନ ଏବଂ କେଉଁ ବଟନ ଅନ୍ୟମାନଙ୍କ ପାଇଁ ଭୋଟ ମିଳିଛି ।

Udyog Nursery
Udyogi Nursery

ମତଦାନ ପୂର୍ବରୁ ଏହାକୁ ପ୍ରୋଗ୍ରାମ କରାଯାଏ। ଏସ୍ଏଲୟୁ ଯୋଡ଼ିବା ପରେ ଇଭିଏମ୍ ଗୁଡ଼ିକ ଏକାକୀ ମେସିନ୍ ହେବା ବନ୍ଦ ହୋଇଯାଏ। ଏଥିରେ ସବୁ ପ୍ରକାର କାମ ହୋଇପାରିବ, ଯାହାକୁ ନେଇ ଚର୍ଚ୍ଚା ହେଉଛି। ତେଣୁ ଆମେ ଚାହୁଁଛୁ ଯେ ଭିଭିପାଟରୁ ବାହାରୁଥିବା ସ୍ଲିପ୍ ବର୍ତ୍ତମାନ ଥର୍ମାଲ ପ୍ରିଣ୍ଟର ଦ୍ୱାରା ଉତ୍ପନ୍ନ ହୋଇ କିଛି ସପ୍ତାହ ପର୍ଯ୍ୟନ୍ତ ସଂରକ୍ଷିତ ହୋଇପାରିବ। ଏହା ବଦଳରେ ଏକ ପ୍ରିଣ୍ଟର ବ୍ୟବହାର କରାଯିବା ଉଚିତ, ଯାହାଦ୍ୱାରା ଏହି ସ୍ଲିପକୁ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ସୁରକ୍ଷିତ ରଖାଯାଇପାରିବ।

ଓଡ଼ିଶାର ଟିଟିଲାଗଡରେ ଜନ୍ମିତ ଏହି କଂଗ୍ରେସ ନେତା କହିଛନ୍ତି ଯେ ଏହି ସ୍ଲିପ୍ କେବଳ କିଛି ସମୟ ପାଇଁ ଭୋଟରଙ୍କୁ ଦୃଶ୍ୟମାନ ହେବା ଉଚିତ ନୁହେଁ, ବରଂ ଏକ କାଗଜରେ ଛପାଯିବା ଉଚିତ ଏବଂ ସେ ଏହାକୁ ପୃଥକ ଭାବରେ ରଖାଯାଇଥିବା ବାକ୍ସରେ ଭୋଟ୍ ଭାବରେ ରଖିପାରିବେ।

ଏହି ବାକ୍ସ କୌଣସି ଇଲେକ୍ଟ୍ରୋନିକ୍ ଡିଭାଇସ୍ ସହ ସଂଯୋଜିତ ହେବା ଉଚିତ୍ ନୁହେଁ। ଏହାପରେ ବାକ୍ସରେ ରଖାଯାଇଥିବା ଭୋଟ୍ ସ୍ଲିପ୍ ଗଣନା କରାଯିବା ଉଚିତ। ସେ କହିଛନ୍ତି ଯେ ଭାରତ ଏବଂ ବିଶ୍ୱର ଅନ୍ୟାନ୍ୟ ସ୍ଥାନରେ ଟେକ୍ନୋଲୋଜି ବିଶେଷଜ୍ଞମାନେ କହୁଛନ୍ତି ଯେ ଇଭିଏମରେ ନିଶ୍ଚିତ କିଛି ସମସ୍ୟା ଅଛି, କିନ୍ତୁ ଭାରତର ନିର୍ବାଚନ ଆୟୋଗ ଏବଂ ସୁପ୍ରିମ୍ କୋର୍ଟ ଏଥିପ୍ରତି ଧ୍ୟାନ ଦେଉନାହାଁନ୍ତି । ଜଣେ ଆଇଟି ପେସାଦାର ହିସାବରେ ସେ କହିଛନ୍ତି ଯେ ଏଥିରେ ହେରଫେର ହେବା ଜରୁରୀ ନୁହେଁ, କିନ୍ତୁ ଇଭିଏମ୍ ରେ ହେରଫେର ହୋଇପାରେ ବୋଲି ସେ ଆଶଙ୍କା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.