ଡେଙ୍ଗ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଳା ଶିକ୍ଷା ବିଭାଗ ଅଧୀନ ଡେଙ୍ଗ ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚାଣ୍ଡାଳ ମିଶ୍ରଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଉକ୍ତ ସଭାରେ ସଇଁତଳା ବନାଞ୍ଚଳ ଅଧିକାରୀ ସଂଘମିତ୍ରା ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଏସଏସଡି ପ୍ରଧାନ ଶିକ୍ଷୟିତ୍ରୀ ନିବେଦିତା ହୋତା ଯୋଗଦାନ କରିଥିଲେ I ଏଥିରେ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ସଇଁତଳା ମେଡିକାଲର ଡା. ବିଶ୍ୱଜିତ ଦାଶ, ସଇଁତଲା ବନପାଳ ଆଶୁତୋଷ ମହାକୁର, ସଇଁତଳା ପଂଚାୟତ ସମିତି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ମହାପାତ୍ର ଯୋଗଦାନ ଦେଇଥିଲେ l ବିଦ୍ୟାଳୟ ପାଇଁ ଉଲ୍ଲେଖନୀୟ ଅବଦାନ ଯୋଗୁଁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରତନ କୁମାର ରଣା, ସମାଜସେଵୀ ବିଘ୍ନରାଜ ରଣା, ସମାଜସେବୀ ବିପିନ କୁମାର ନାଗ, ବିଦ୍ୟାଳୟର ଖେଳ ଶିକ୍ଷକ ହିମାଂଶୁ ଶେଖର ବିଶ୍ୱାଳ ଙ୍କୁ ଫୁଲତୋଡ଼ା ଦେଇ ସମ୍ମାନୀତ କରାଯାଇଥିଲା l ବିଦ୍ୟାଳୟର ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ 2 ଜଣ ଶିକ୍ଷକ ରାମ ନାରାୟଣ ଦାଶ ଓ ସୁଦର୍ଶନ ଦାଶ କୁ ଏହି ଅବସର ରେ ସମ୍ବର୍ଦ୍ଧିତ କରାଯାଇଥିଲା l ଚଳିତ ବର୍ଷ ଉତ୍ତମ ଛାତ୍ରୀ ଭାବରେ ମାମୁନି ପ୍ରଧାନ କୁ ସର୍ବଶ୍ରେଷ୍ଠ ଛାତ୍ରୀ ଭାବେ ପୁରସ୍କାର ଦିଆଯାଇଥିଲା l କାର୍ଯ୍ୟକ୍ରମରେ ଶିକ୍ଷକ ସମୀର ସେଠି, ଶିକ୍ଷକ ଦୀପକ ସେନ ଧରୁଆ, ଶିକ୍ଷୟିତ୍ରୀ ଗାୟତ୍ରୀ ବାରିକ, ଖେଳ ଶିକ୍ଷୟିତ୍ରୀ ଶିବାନୀ ମଲ୍ଲିକ, ଶିକ୍ଷୟିତ୍ରୀ ରେଣୁକା ସାହୁ, ଶିକ୍ଷୟିତ୍ରୀ କାନ୍ତି ଭୋଇ, ଶିକ୍ଷୟିତ୍ରୀ ଦ୍ରୌପଦୀ ଭୋଇ ପ୍ରମୁଖ ଉପସ୍ଥିତ ରହି ପରିଚାଳନା ସହଯୋଗ କରିଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ କୃପାସିନ୍ଧୁ ମିଶ୍ର ପରିଚାଳନା କରିଥିବା ବେଳେ ଶିକ୍ଷକ ଲିଙ୍ଗରାଜ ନନ୍ଦ ଧନ୍ୟବାଦ ଦେଇଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.