ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ବ୍ଲକର ଦାଦପୁର ସ୍ଥିତ ଦଧିବାମନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ସଂଜୀବ କୁମାର ଶର୍ମାଙ୍କ ତତ୍ତ୍ଵାବଧାନରେ ବିଦ୍ୟାଳୟ ପରିସରରେ ଏକାଦଶ ଶ୍ରେଣୀ ଛାତ୍ରୀମାନଙ୍କ ପାଇଁ ଏକ ଆଠଦିନିଆ ବାଳିକା ଆତ୍ମସୁରକ୍ଷା ତାଲିମ ଶିବିର ଆୟୋଜିତ ହୋଇଯାଇଛି। ପ୍ରଶିକ୍ଷିକା ଭୂମିସୁତା ରାଉତ ଛାତ୍ରୀମାନଙ୍କୁ ପ୍ରତିକୂଳ ପରିସ୍ଥତିରେ ନିଜ ସୁରକ୍ଷା କେଉଁ ଉପାୟ କରାଯାଇପାରିବ, ସେନେଇ ଶାରୀରିକ ଓ ବୌଦ୍ଧିକ ସ୍ତରରେ ତାଲିମ ପ୍ରଦାନ କରିଥିଲେ। ଶିବିରରେ ମୋଟ ୬୮ ଜଣ ବାଳିକା ଆତ୍ମସୁରକ୍ଷା ତାଲିମ ଗ୍ରହଣ କରିଥିଲେ। ଶିବିରର ଉଦଯାପନୀ ସମାରୋହରେ ଦାଦପୁର ସରପଞ୍ଚ ଗୀତାଞ୍ଜଳି ସାହୁ ଅତିଥି ଭାବେ ଯୋଗ ଦେଇ ଛାତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଏଥିରେ ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ସହଯୋଗ କରିଥିଲେ।