ସୋନପୁର ଠାରେ ବିଶାଳ ଚାଷୀ ସମାବେଶ ଅନୁଷ୍ଠିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା କୃଷକ ସଂଗଠନ ତରଫରୁ ଆଜି ସୋନପୁର ରୟାଲ ପଡ଼ିଆ ଠାରେ ୨୦୦୦ ରୁ ଉର୍ଦ୍ଧ୍ବ ଚାଷୀ ଏକତ୍ରିତ ହୋଇ ଏକ ବିଶାଳ ଚାଷୀ ସମାବେଶ ହୋଇଯାଇଛି। ଏହି ସଭାରେ ପଶ୍ଚିମ ଓଡ଼ିଶା କୃଷକ ସମନ୍ଵୟ ସମିତିର ଆବାହକ ଲିଙ୍ଗରାଜ ପଧାନ, ଝାରସୁଗୁଡା, ସମ୍ବଲପୁର, ବରଗଡ, କଳାହାଣ୍ଡି, ସୋନପୁର ଆଦି ପଶ୍ଚିମ ଓଡ଼ିଶାର ନେତ୍ରୁମଣ୍ଡଳୀ ଉପସ୍ଥିତ ରହି ସରକାରଙ୍କ ଚାଷୀ ମାରଣ ନୀତି ର ଭର୍ସନା କରିଥିଲେ। ଏବଂ ଚାଷୀଙ୍କ ନ୍ୟାର୍ଯ୍ୟ ଦାବୀ ପୂରଣ ନ କଲେ ଆଗମୀ ସଧାରଣ ନିର୍ବାଚନରେ ତାର ଉଚିତ ଜବାବ ଦିଆଯିବ ବୋଲି ବକ୍ତବ୍ୟ ରଖିଥିଲେ। ସମସ୍ତ ଚାଷୀ ରୟାଲ ପଡିଆ ଠାରୁ ବାହାରି ସହର ପରିକ୍ରମା କରି ଏକ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ପହଞ୍ଚି ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କୁ ୧୧ ଦଫା ଦାବୀ ନେଇ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଚାଷୀ ନେତା ପଦ୍ମ ଲୋଚନ ମିଶ୍ର, ପ୍ରଦୀପ ପୁରୋହିତ ଓ ମିତ୍ରବ୍ରତ ମିଶ୍ର, ନରେନ୍ଦ୍ର ଆଚାର୍ଯ୍ୟ, ଜିଲ୍ଲା ସଭାପତି ବୈକୁଣ୍ଠ ଶତପଥି, ପ୍ରଦ୍ୟୁମ୍ନ ପାଢ଼ୀ, ଚାଷୀ ନେତ୍ରୀ ସୋନାଲି ବିଶି, ଗୋବର୍ଦ୍ଧନ ମିଶ୍ର, ଚିତ୍ତ ରଂଜନ ଗର୍ତିଆ, ଭୋଳା ବର୍ମା, ମାଗୁଣି ସାହୁ, ତ୍ରିପୁରାରୀ ପଣ୍ଡା, ପ୍ରମୁଖନେତା ଆନ୍ଦୋଳନରେ ସାମିଲ ଥିଲେ। ଅନ୍ୟ ରାଜ୍ୟ ପରି ଚାଷୀଙ୍କୁ ୯୧୭ ଟଙ୍କା ବୋନସ, ଧାନ ର ସର୍ବ ନିମ୍ନ ସହାୟକ ମୂଲ୍ୟ ୩୫୦୦ ଟଙ୍କା କୁ ବୃଦ୍ଧି, ଚାଷୀଙ୍କ ଋଣ ଓ ବିଦ୍ୟୁତ୍ ଶୁଳ୍କ ଛାଡ଼ ସହିତ ଧାନ ର ଟୋକନ ବ୍ୟବସ୍ଥା ଉଚ୍ଛେଦ, ସବୁଠି ଚାଷୀ ଙ୍କୁ ଉଚିତ୍ ସମ୍ମାନ ପ୍ରଦାନ ପ୍ରମୁଖ ୧୧ ଗୋଟି ଦାବୀ ଥିଲା। ଦିନ ୨ ଟା ରେ ଜିଲ୍ଲାପାଳ ଦାବି ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇ ବିଳମ୍ବ ହେବାରୁ ଜିଲ୍ଲା କାର୍ଯ୍ୟଳୟ ଫାଟକ ଆଗରେ ଚାଷୀ ଅସନ୍ତୋଷ ହୋଇ ନାରାବାଜି ଦେବା ସହ ମୁଖ୍ୟ ରାସ୍ତା କିଛି ସମୟ ପାଇଁ ଅବରୋଧ କରିବା ପରେ ସାମାନ୍ୟ ଉତ୍ତେଜନା ସୃଷ୍ଟି ହୋଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.