ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ସରସ୍ଵତୀ ଶିଶୁ ମନ୍ଦିରରେ ବିଦ୍ୟାଦାତ୍ରୀ ସରସ୍ଵତୀଙ୍କ ପୂଜା ଅବସରରେ ବାର୍ଷିକ ପ୍ରାଚୀର ପତ୍ରିକା “କମଳ କଳିକା” ଉନ୍ମୋଚିତ ହୋଇଯାଇଛି। ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ୍ଵ ହୋଇଗଲାଣି ପ୍ରତି ବର୍ଷ ସରସ୍ଵତୀ ପୂଜା ଅବସରରେ ଏହି ପ୍ରାଚୀର ପତ୍ରିକା ପ୍ରକାଶ ପାଇ ଆସୁଛି। ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ବୁଦ୍ଧ ନାଏକଙ୍କ ନେତୃତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ତଥା ଶିଶୁ ମନ୍ଦିରର ପୂର୍ବତନ ଆଚାର୍ଯ୍ୟ ଲିଙ୍ଗରାଜ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ପ୍ରାଚୀର ପତ୍ରିକା “କମଳ କଳିକା”ର ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମରେ ପ୍ରାଚୀର ପତ୍ରିକାର ସମ୍ପାଦକ ଆଚାର୍ଯ୍ୟ ଜୟଦେବ ପୋଢ଼, ରୂପ ସଜ୍ଜା କରିଥିବା ଆଚର୍ଯ୍ୟା ସ୍ମରଣିକା ମଲ୍ଲିକ, ବିଦ୍ୟାଳୟ ପରିଚାଳନା କମିଟିର ଯୁଗ୍ମ ସମ୍ପାଦକ ଅଜୟ ନାଏକ, ଅଭିଭାବକ କିଶୋର ନାଏକ, ତ୍ରିଲୋଚନ ମାଝୀଙ୍କ ସମେତ ଅନେକ ଅଭିଭାବକ, ଅଭିଭାବିକା ପ୍ରମୁଖ ଉପସ୍ଥିତ ଥିଲେ।







