ଜଙ୍ଗଲ ବିନା ମାନବ ସମାଜର ଅସ୍ତିତ୍ଵ ଅସମ୍ଭବ
ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଜଙ୍ଗଲ ନିଆଁ ନିବାରଣ ଉଦ୍ଧେଶ୍ୟରେ ରାୟଗଡ଼ ବନାଞ୍ଚଳ ତରଫରୁ ଏକ ବନଖଣ୍ଡ ସ୍ତରୀୟ ଜଙ୍ଗଲ ନିଆଁ ନିବାରଣ ସଚେତନତା ଓ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଉକ୍ତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ରାୟଗଡା ବନଖଣ୍ଡ ଅଧିକାରୀ ଆନ୍ନାସାହେବ ସଚିନ ଓହୋଲ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅମୂଲ୍ୟ ସାହୁ,ବିଡ଼ିଓ , ରାୟଗଡ଼ ବ୍ଲକ , ଅଜାତରତୃ ରାଉତ ,ଏପିଡି ଜିଲ୍ଲା ପରିଷଦ , ରାୟଗଡ଼ , ଡାଃ ପ୍ରଦୀପ୍ତ କୁମାର ଶୁବୁଦ୍ଧି, ଜିଲ୍ଲା ଟିବି ଚିକିତ୍ସା ଅଧିକାରୀ, ସିଡିଏମଓ ଅଫିସ ଯୋଗଦାନ କରିଥିଲେ । ରାୟଗଡ଼ ବନଖଣ୍ଡର ୭ ଗୋଟି ବନାଞ୍ଚଳର ବନାଞ୍ଚଳ ଅଧିକାରୀ ଓ ତାଙ୍କ କର୍ମଚାରୀ ମାନେ ଯୋଗଦାନ କରିଥିଲେ । ଏହାସହ ରାୟଗଡ଼ ଅଗ୍ନିଶ୍ରମ ବିଭାଗ ର କର୍ମଚାରୀ ମାନେ ସେମାନଙ୍କ ସରଞ୍ଜାମ ସହ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ସ୍ଵତନ୍ତ୍ର ଭାବେ ରାୟଗଡ଼ ବନାଞ୍ଚଳ ର ବିଭିନ୍ନ ବନ ସୁରକ୍ଷା ସମିତି ର ସଭାପତି , ସମ୍ପାଦକ ଓ ସଭ୍ୟ ମାନଙ୍କୁ ଆମନ୍ତ୍ରଣ କରଯାଇଥିଲା । ଏଥିରେ କାର୍ଯ୍ୟକ୍ରମ ରେ ପ୍ରାୟ ୨୦୦ ଶହ ରୁ ଉର୍ଦ୍ଧ ଆମନ୍ତ୍ରିତ ଅତିଥି ସହ ବନବିଭାଗ ର କର୍ମଚାରୀ ମାନେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମଟିକୁ ନୂତନ ଭାବେ ଯୋଗଦାନ କରିଥିବା ବନଖଣ୍ଡ ଅଧିକାରୀ ଶ୍ରୀ ଆନ୍ନାସାହେବ ଅନ୍ୟ ଅତିଥିଙ୍କ ସହ ମିଶି ମାଁ ମଝିଘରିଆଣିଙ୍କ ପାଖରେ ପ୍ରଦୀପ ପ୍ରଜ୍ଵଳନ କରି ଆରମ୍ଭ କରିଥିଲେ । ସମସ୍ତ ଆମନ୍ତ୍ରିତ ଅତିଥି ନିଜ ଅଭିଭାଷଣ ରେ ଦିନ କୁ ଦିନ ବଢୁଥିବା ଜଙ୍ଗଲ ନିଆଁ ଉପରେ ଚିନ୍ତା ବ୍ୟକ୍ତ କରି ତାହାକୁ ପ୍ରତି ମହଲରେ କିପରି ନିବାରଣ କରାଯାଇପାରିବ ତାହା ଉପରେ ଆଲୋକପାତ କରିଥିଲେ ଓ ଏହା ସହ ଜଙ୍ଗଲ ଆମ ଜୀବନରେ କେତେ ଗୁରୁତ୍ବପୂର୍ଣ ଭୂମିକା ପ୍ରତିପାଦନ କରୁଛି ଓ ଜଙ୍ଗଲ ବିନା ମାନବ ସମାଜ ର ଅସ୍ତିତ୍ଵ ଅସମ୍ଭବ ସେ ବିଷୟରେ ଉପସ୍ଥିତ ଛାତ୍ର , ଛାତ୍ରୀ ମାନଙ୍କୁ ଅବଗତ କରିଥିଲେ । ଏହାପରେ ୧୩ ତାରିଖରେ ଜଙ୍ଗଲ ନିଆଁ ନିବାରଣ ଉଦ୍ଦେଶ୍ୟ ହୋଇଥିବା ଏକ ମିନି ମାରାଥନର ପ୍ରତିଯୋଗୀତାରେ ଭାଗ ନେଇ ଉକ୍ତ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ପାଇଥିବା ବିଡିକା ଶିଦ୍ଧୁ, ଦ୍ଵିତୀୟ ସ୍ଥାନ ପାଇଥିବା ଶ୍ରୀକାନ୍ତ ପ୍ରାସ୍କା ଓ ତୃତୀୟ ସ୍ଥାନ ପାଇଥିବା କୈଲାଶ ପ୍ରାସ୍କା ସହ ଅନ୍ୟ ୧୦ ଜଣ ପ୍ରତିଯୋଗୀ, ୩ ଜଣ ବାଳିକାଙ୍କୁ ଓ ଦୁଇଜଣ ବରିଷ୍ଠ ନାଗରିକ ଙ୍କୁ ପୁରସ୍କୃତ କରଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବନ କର୍ମଚାରୀ ଓ ନିଯୁକ୍ତି ହୋଇଥିବା ନିଆଁ ଲିଭାଳି ଦଳଙ୍କ ଦକ୍ଷତା ବୃଦ୍ଧି ସକାଶେ ଏକ ପ୍ରଶିକ୍ଷଣ ଶିବିର ଆୟୋଜନ ହୋଇଥିଲା । ଏଥିରେ ଶିବିରରେ ଜଙ୍ଗଲ ନିଆଁ କୁ କିପରି କୌଶଳ କ୍ରମେ ନିବାରଣ କରାଯିବ ସେ ଉପରେ ତାଲିମ ନେଲେ । ଏହି କାର୍ଯ୍ୟକ୍ରମଟି ଶ୍ରୀମତୀ ଦିବ୍ୟା ମାଧୁରୀ, ଉପ-ବନ ସଂରକ୍ଷକ, ରାୟଗଡ଼ ବନାଞ୍ଚଳଙ୍କ ଦ୍ଵାରା ସୁପରିଚାଳିତ ହୋଇଥିଲା |