ନୂଆପଡ଼ା ଆମ ହସ୍ପିଟାଲ ଲୋକାର୍ପିତ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ରାଜ୍ୟ ସରକାରଙ୍କ ୫ଟି ଉପକ୍ରମରେ ଆମ ହସପିଟାଲ ଯୋଜନା ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରୁପାନ୍ତରଣ ଲୋକାର୍ପିତ ହୋଇଛି । ଏହାକୁ ଭରଚୁଆଲ ମୋଡ଼ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷ ଭିକେ ପଣ୍ଡିଆନ ଲୋକାର୍ପଣ କରିଛନ୍ତି । ଏହି ଅବସରରେ ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପରିସରରେ ଏକ ଆଭାଷୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ଭଗତସିଂ ମାଝୀ ମୁଖ୍ୟ ଅତିଥି, କଳାହାଣ୍ଡି ସାଂସଦ ପ୍ରତିନିଧି ଯଦୁମଣୀ ପାଣିଗ୍ରାହୀ, ଖରିଆରରୋଡ଼ ଏନଏସି ଉପାଧକ୍ଷ ନିଶାନ୍ତ ଡାଗା, ନୂଆପଡ଼ା ବିଡିଓ ବିପିନ ବିହାରୀ ଦୀପ, ନୂଆପଡା ତହସିଲଦାର ପୁଷ୍ପାଞ୍ଜଳୀ ଦଣ୍ଡପାଟ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀ(ଡିଏମଓ) ସୁଧୀର ରଂଜନ ନାୟକ, ଏଡିଏମଓ ବିନୋଦ ବିହାରୀ ରଥ, ଡିପିଏଚଓ ଗୋପାଲଚନ୍ଦ୍ର ମଲ୍ଲିକ, ଲଲିତ ମୋହନ ବିଶି, ଅତିରିକ୍ତ ଏସପି ଇନ୍ଦ୍ରମଣି ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସହରର ଏସଏଚି ଗୃପ ମହିଳାମାନେ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.