ଜନସାଧାରଣ ସଚେତନତା ନିମନ୍ତେ ବସଗୁଡିକରେ ବାଲେଶ୍ୱର ପ୍ରଶାସନ ଲାଗାଇଲା ସୂଚନାତ୍ମକ ନିର୍ବାଚନ ପୋଷ୍ଟର୍

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଭୋଟର ସଚେତନତା ଓ ଅଂଶଗ୍ରହଣ ବୃଦ୍ଧି ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାରେ ଗଡୁଥିବା ବସଗୁଡିକରେ ନିର୍ବାଚନ ସଚେତନତା ପୋଷ୍ଟର ଲଗାଯାଇଛି I ନିର୍ବାଚନ ସମ୍ବନ୍ଧୀୟ ବିଭିନ୍ନ ସୂଚନାତ୍ମକ ପୋଷ୍ଟର ଲଗାଇ ସିଧାସଳଖ ନାଗରିକଙ୍କ ନିକଟରେ ପହଞ୍ଚିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଅଭିନବ ଅଭିଯାନ ଆରମ୍ଭ କରାଯାଇଛି। ବସଗୁଡିକରେ ପ୍ରମୁଖ ଭାବରେ ଲଗାଯାଇଥିବା ଏହି ରଙ୍ଗୀନ ପୋଷ୍ଟରଗୁଡିକରେ ସରଳ ଭାଷା ଏବଂ ଚିତ୍ର ମାଧ୍ୟମରେ ଭୋଟ୍ ସମ୍ପର୍କିତ ଅନେକ ନିର୍ଦ୍ଦେଶାବଳୀ ପ୍ରଦର୍ଶିତ ହୋଇଅଛି ଯାହା ମଧ୍ୟରେ ପ୍ରମୁଖ ମତଦାନ ତାରିଖ ଓ ସମୟ, ଭୋଟ୍ ଦେବାର ପ୍ରକ୍ରିୟା ଏବଂ ଭାରତର ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ପ୍ରତ୍ୟେକ ଭୋଟ୍ର ଗୁରୁତ୍ୱ ସମ୍ପର୍କରେ ସ୍ପଷ୍ଟ ବିବରଣୀ ଉପରେ ଗୁରୁତ୍ୱାରୋପ କରୁଥିବା ବାର୍ତ୍ତା ସହିତ ଆଖିକୁ ଆକର୍ଷିତ କରୁଥିବା ଷ୍ଟିକରିଂର ଉଚିତ ବ୍ୟବସ୍ଥା କରାଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ବ୍ୟାପକ ଅଭିଯାନର ସଠିକ୍ କାର୍ଯ୍ୟକାରିତା ପାଇଁ ବସ ମାଲିକ ସଂଘରେ କର୍ମକର୍ତ୍ତାମାନଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଅଛି I ଯାତାୟାତ ସମୟରେ ଏହି ପୋଷ୍ଟରଗୁଡିକ ଦ୍ୱାରା ଭୋଟରଙ୍କ ମନରେ ନିର୍ବାଚନ ସମ୍ବନ୍ଧୀୟ ବିଭିନ୍ନ ତଥ୍ୟକୁ ନେଇ ସୃଷ୍ଟି ହୋଇଥିବା ସନ୍ଦେହର ଦୂରୀକରଣ ହୋଇପାରିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଶା କରାଯାଉଛି I ଏଥି ସହିତ ବସଷ୍ଟାଣ୍ଡ ଠାରେ ଥିବା ବିଭିନ ସ୍ଥାନ ଯଥା ଟିକେଟ କାଉଣ୍ଟର, ଜଳଛତ୍ର, ଯାତ୍ରୀ ବିଶ୍ରାମଗାର ଠାରେ ମଧ୍ୟ ଏହି ପୋଷ୍ଟର ଗୁଡିକୁ ଲଗାଯାଇଛି I ଏଠାରେ ସୂଚନା ଥାଉ କି, ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଆଶୀଷ ଠାକରେଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଏବଂ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ବିଶ୍ୱରଞ୍ଜନ ନାୟକ ଓ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ରଶ୍ମି ରଞ୍ଜିତ ଦଳବେହେରାଙ୍କ ତଦାରଖରେ ଏହି ଅଭିଯାନକୁ କାର୍ଯ୍ୟକାରୀ କରାଯାଉଅଛି I

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.