ହାଇକୋର୍ଟର ବିଚାରପତିଙ୍କୁ ପୁରୁଷୋତ୍ତମପୁର ଡ଼ାକ ବାଙ୍ଗକାରେ ସୌଜନ୍ୟମୂଳକ ସାକ୍ଷାତ କଲେ ବାର ଏସୋସିଏସନ କର୍ମକର୍ତ୍ତା

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ହାଇକୋର୍ଟର ବିଚାରପତି ତଥା ଗଞ୍ଜାମ ଓ ଗଜପତି ଜିଲ୍ଲାର ପ୍ରୋଟୋକଲ ଜର୍ଜ ଦେବବ୍ରତ ଦାଶ ଯିଏକି ଗଞ୍ଜାମ ଜିଲ୍ଲା ଗ୍ରସ୍ତ ଅବସର ରେ ଆସି ସେ ପୁରୁଷୋତ୍ତମପୁର ଡ଼ାକ ବଙ୍ଗଳାରେ ରହି ଥିବାର ଖବର ବାର ଏସୋସିଏସନ ସଦସ୍ୟ ମାନେ ଶୁଣି ପୂର୍ତ୍ତ ବିଭାଗ ବଙ୍ଗଳାକୁ ଯାଇଥିଲେ | ବିଚାରପତି ମାଆ ତାରାତାରିଣୀଙ୍କ ଦର୍ଶନ କରି ଫେରିବା ପରେ ବାର ଏସୋସିଏସନର ସଭାପତି ସ୍ୱରାଜ୍ୟ କୁମାର ପାଣିଗ୍ରାହୀ, ସମ୍ପାଦକ ପ୍ରଶାନ୍ତ କୁମାର ପାଢ଼ୀ, ସରକାରୀ ଓକିଲ ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ପ୍ରଭାତ କୁମାର ପଟନାୟକ, ସିମାଞ୍ଚଳ ମିଶ୍ର, ରବୀନ୍ଦ୍ର କୁମାର ବେହେରାଙ୍କ ସହ ଅନ୍ୟ ଓକିଲ ମାନେ ବିଚାରପତିଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସୌଜନ୍ୟ ମୂଳକ ସାକ୍ଷତ କରିଥିଲେ | ତାଙ୍କ ସହ କଥା ବାର୍ତ୍ତା ସମୟରେ ସଭାପତି ସ୍ୱରାଜ୍ୟ ପାଣିଗ୍ରାହୀ ଓ ସମସ୍ତ ଓକିଲ ବିଚାର ପତିଙ୍କୁ ପୁରୁଷୋତ୍ତମପୁର କୋର୍ଟରେ ପୋଷ୍କ ଓ ଏଡିଜେ କୋର୍ଟ ନିମନ୍ତେ କେମ୍ପ କୋର୍ଟ କରିବାକୁ ଅନୁରୋଧ କରିଥିଲେ | ଏହି କ୍ୟାମ୍ପ କୋର୍ଟ ଦ୍ୱାରା ବହୁ ମହକିଲ ମାନେ ବ୍ରହ୍ମପୁର ଓ ଛତ୍ର ପୁର ଯାଇ ଯେଉଁ ଅର୍ଥ ବ୍ୟୟ ଏବଂ ସମୟ ର ନଷ୍ଟ ହେଉଅଛି ତାହା ବହୁତ ପରିମାଣରେ ଦୂର ହୋଇ ପାରିବ ବୋଲି ସମସ୍ତେ କହିଥିଲେ | ତେବେ ବିଚାରପତି ଏହା ଉପରେ ଉପସ୍ଥିତ ଥିବା ଗଞ୍ଜାମ ଜିଲ୍ଲା ଜର୍ଜ କୋର୍ଟର ବିଚାରପତିଙ୍କ ଭିତ୍ତି ଭୂମି ରିପୋର୍ଟ ଉପରେ କାର୍ଯ୍ୟ କରାଯିବ ବୋଲି କହିବା ସହ ଏହି ଏଡିଜେ କୋର୍ଟର ଭିତ୍ତି ଭୂମି ଉପରେ ରିପୋର୍ଟ ଦେବାପାଇଁ ଜିଲ୍ଲା ଜର୍ଜଙ୍କୁ କହିଥିଲେ | ତେବେ ମୁଖ୍ୟ ବିଚାର ପତିଙ୍କ ସହ ସୌଜନ୍ୟମୂଳକ କଥା ହୋଇ ପୁରୁଷୋତ୍ତମପୁର ଓକିଲ ମାନେ ବହୁତ ଖୁସି ହୋଇଛନ୍ତି | ତେବେ ବିଚାର ପତିଙ୍କ ସହ ବ୍ରହ୍ମପୁର ଜିଲ୍ଲା ଜର୍ଜ ଶ୍ରୀମତୀ ରୂପଶ୍ରୀ ଚୌଧୁରୀ, ସବ ଜର୍ଜ ଶରତ କୁମାର ସାହୁ, ପୁରୁଷୋତ୍ତମପୁର ଜେଏମଏଫସି କୋର୍ଟର ମାଜିଷ୍ଟେଟ ପୂଜା ପ୍ରିୟ ଦର୍ଶନୀ ପତି, ଓ ରେଜିଷ୍ଟ୍ରର , ପୁରୁଷୋତ୍ତମପୁର ଥାନାଧିକାରୀ ବିପିନ ବିହାରୀ ହୋତା, ଏସ୍ଡ଼ିପିଓ ରଜନୀ କାନ୍ତ ସାମଲଙ୍କ ସହ ଥାନା ଷ୍ଟାଫ ଓ କୋର୍ଟ ଷ୍ଟାଫ ଉପସ୍ଥିତ ଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.