ନିଖିଳ ଉତ୍କଳ ବେସରକାରୀ କଲେଜ ଶିକ୍ଷକ ସଂଘ ବରଗଡ଼ ଜିଲ୍ଲା ଶାଖା ପକ୍ଷରୁ ଶିକ୍ଷକ ନେତା ପ୍ରଫେସର ଅବନୀ ବରାଳଙ୍କ ଜୟନ୍ତୀ ପାଳନ

ଓଡ଼ିଆ ବାର୍ତ୍ତା/ ବରଗଡ଼: ପଦ୍ମପୁର ଠାରେ ନିଖିଳ ଉତ୍କଳ ବେସରକାରୀ କଲେଜ ଶିକ୍ଷକ ସଂଘ ବରଗଡ଼ ଜିଲ୍ଲା ଶାଖା ତରଫରୁ ଶିକ୍ଷକ ନେତା ପ୍ରଫେସର ଅବନୀ ବରାଳଙ୍କ ୯୦ତମ ଜୟନ୍ତୀ ପାଳିତ ହୋଇଯାଇଛି। ଜିଲ୍ଲା ସଭାପତି ପ୍ରାଧ୍ୟାପକ ବିଦ୍ୟାଧର ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ଉତ୍ସବରେ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରାଧ୍ୟାପକ ସୁଦିପ୍ତ କୁମାର ଦାଶ, ଉପ ସଭାପତି ପ୍ରାଧ୍ୟାପକ ବିନୋଦ ବିହାରୀ ମିଶ୍ର, ସହ ସଂପାଦିକା ପ୍ରଧ୍ୟାପିକା ପଦ୍ମିନୀ ଦାଶ, ପ୍ରଧ୍ୟାପିକା ଜୟଶ୍ରୀ ସାହୁ ,ପ୍ରାଧ୍ୟାପକ ଶଙ୍କର ଲାଲ ଭୋଇ ପ୍ରମୁଖ ଯୋଗଦେଇ ପ୍ରଫେସର ବରାଳଙ୍କ ତ୍ୟାଗମୟ ବ୍ୟକ୍ତିତ୍ଵ ଓ ଶିକ୍ଷକ ସମାଜ ପ୍ରତି ତାଙ୍କର ଅବଦାନ ଉପରେ ଆଲୋଚନା କରିଥିଲେ। ପ୍ରଫେସର ବରାଳଙ୍କ ସଂଗ୍ରାମୀ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ସଂକଳ୍ପ ନେବା ପାଇଁ ଜିଲ୍ଲା ସଭାପତି ଶ୍ରୀ ଦାଶ ସମସ୍ତଙ୍କୁ ନିବେଦନ କରିଥିଲେ। ଶେଷରେ ଅଧ୍ୟାପକ ଉମାକାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.