୧୦ ବର୍ଷ ପରେ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା, ଆୟୋଜକ ଟିମ ନିରାଶ

ଓଡ଼ିଆ ବାର୍ତ୍ତା/ ଆଂଟିଗୁଆ: ଦକ୍ଷିଣ ଆଫ୍ରିକା ଚଳିତ ଟି୨୦ ବିଶ୍ୱକପ କ୍ରିକେଟର ସେମିଫାଇନାଲରେ ପ୍ରବେଶ କରିଛି । ଆୟୋଜକ ୱେଷ୍ଟଇଣ୍ଡିଜକୁ ଡକ୍ୱୱର୍ଥ ଲୁଇସ ନିୟମରେ ଦକ୍ଷିଣ ଆଫ୍ରିକା ୩ ୱିକେଟରେ ପରାସ୍ତ କରିଛି । ୧୦ ବର୍ଷ ପରେ ଦକ୍ଷିଣ ଆଫ୍ରିକା ସେମିକୁ ଉନ୍ନୀତ ହୋଇଛି । ସୂଚନାଯୋଗ୍ୟ, ଟି୨୦ ବିଶ୍ୱକପରେ ଆଜି ପର୍ଯ୍ୟନ୍ତ କୌଣସି ଆୟୋଜକ ଟିମ ଟାଇଟଲ ହାସଲ କରିପାରି ନାହିଁ । ଚଳିତ ସଂସ୍କରଣରେ କ୍ରମାଗତ ୭ଟି ମ୍ୟାଚରେ ବିଜୟ ହାସଲ କରି ଦକ୍ଷିଣ ଆଫ୍ରିକା ରେକର୍ଡ କରିଛି । ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ୨୦ ଓଭରରେ ୮ ୱିକେଟ ହରାଇ ୧୩୫ ରନ କରିଥିଲା । ଜବାବରେ ଦକ୍ଷିଣ ଆଫ୍ରିକା ୨ ଓଭରରେ ୨ ୱିକେଟ ହରାଇ ୧୫ ରନ କରିଥିବା ବେଳେ ବର୍ଷା ହୋଇଥିଲା । ପରେ ୧୭ ଓଭରରେ ୧୨୩ ରନର ଲକ୍ଷ୍ୟ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ରଖା ଯାଇଥିଲା । କେହି ବଡ ସ୍କୋର କରି ନ ଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ଦଳଗତ ପ୍ରଦର୍ଶନ କରି ମ୍ୟାଚରେ ବିଜୟ ହାସଲ କରିଥିଲା । ପ୍ରଥମ ଥର ପାଇଁ ଆଇସିସି ଇଭେଂଟରେ ବର୍ଷା ଦକ୍ଷିଣ ଆଫ୍ରିକା ପାଇଁ ଅଭିଶାପ ସାବ୍ୟସ୍ତ ହୋଇନି । ଅନ୍ୟ ଏକ ମ୍ୟାଚରେ ଇଂଲଣ୍ଡ ୧୦ ୱିକେଟରେ ଆମେରିକାକୁ ପରାସ୍ତ କରି ପ୍ରଥମ ଦଳ ଭାବେ ସେମି ଫାଇନାଲରେ ପ୍ରବେଶ କରିଥିଲା । କ୍ରିସ ଜୋର୍ଡାନ ଏହି ମ୍ୟାଚରେ ହ୍ୟାଟ୍ରିକ ୱିକେଟ ଅର୍ଜନ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.