ଅବ୍ୟବସ୍ଥା ଘେରରେ ଘାଟିକୁଣ୍ଡୁରୁ ପ୍ରାଥମିକ ବିଦ୍ୟାଳୟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ଓ ଛାତ୍ରଛାତ୍ରୀମାନଙ୍କ ସ୍କୁଲ ମୁହାଁ କରିବା ପାଇଁ ସରକାର ବିଭିନ୍ନ ଯୋଜନା କରିଛନ୍ତି। ଛଅ ଦିନକୁ ଛଅ ପ୍ରକାର ରନ୍ଦା ଖାଦ୍ୟ ପ୍ରତେକ ପିଲାଙ୍କୁ ପେଣ୍ଟ,ସାର୍ଟ, ଜୋତା ଓ ସୁନ୍ଦର ସ୍କୁଲ କୋଠ ମଧ୍ୟ୍ୟ ନିର୍ମାଣ ହୋଉଛି। ହେଲେ ସରକାରଙ୍କ ଏହି ଯୋଜନା ଲାଞ୍ଜିଗଡ଼ ବ୍ଲକ ଉପାନ୍ତ ଅଞ୍ଚଳରେ ବାଟ ବଣା ହୋଇଛି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ଆଦିବାସୀ ଗାଁ ଘାଟିକୁଣ୍ଡୁରୁ ପ୍ରାଥମିକ ବିଦ୍ୟାଳୟରେ। ଏହି ସ୍କୁଲରେ ଛାତ୍ରଛାତ୍ରୀ ଅଛନ୍ତି ଶିକ୍ଷକ ବି ଅଛନ୍ତି ହେଲେ ଆନୁସାଙ୍ଗିକ ବ୍ୟବସ୍ଥା ନାହିଁ। ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ପିଲା ଏଠି ପାଠ ପଢ଼ୁଥିବାବେଳେ ମାତ୍ର ରହିଛି ୨ଟି କୋଠରୀ ସେହି କୋଠରୀରେ ବର୍ଷା ଦିନ ପାଣି ଝରୁଛି। ରୋଷେଇ ଗୃହ ନଥିବାରୁ ବାରଣ୍ଡାରେ ରୋଷେଇ କରାଯାଉଛି। ବର୍ଷା ଦିନ ରୋଷଇ କରିବା ପାଇଁ ଅନେକ ସମସ୍ୟା ଦେଖା ଦେଉଥିବା ବେଳେ ଏହି ସବୁ ସମସ୍ୟାକୁ ନେଇ ଅବିଭାବକ ମାନେ ବାରମ୍ବାର ଅଭିଯୋଗ କରୁଥିଲେ ହେଁ ନିରବଦ୍ରଷ୍ଟା ସାଜିଛନ୍ତି ବିଭାଗୀୟ ଅଧିକାରୀ।

ସ୍କୁଲ ଛାତରୁ ପାଣି ଗଳୁଥିବାରୁ ଅବିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତେବେ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଇ ନୂତନ ସ୍କୁଲ ଗୃହ ନିର୍ମାଣ କରିବା ପାଇଁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ଅତିରିକ୍ତ ଶିକ୍ଷା ଅଧିକାରୀ ସୁଢଳଦେବ ମୁଣ୍ଡଙ୍କୁ ପଚାରିବାରୁ ଆମେ ବିଡ଼ିଓଙ୍କୁ ଲେଖିକି ଦେଇଚୁ ବର୍ତମାନ ନୂତନ ସ୍କୁଲ ଗୃହ କାମ ବ୍ଲକ ହାତରେ ବୋଲି ପ୍ରକାଶ କରିଥିବା ବେଳେ ଲାଞ୍ଜିଗଡ଼ ବିଡ଼ିଓ ଶଶଙ୍କ ପାତ୍ରଙ୍କୁ ପଚାରିବାରୁ ବ୍ଲକରେ କେତେ ସ୍କୁଲ ଅଧପନ୍ତରିୟା ରହିଛି ଓ କେଉଁ କେଉଁ ସ୍କୁଲର ମରାମତି ଅବଶ୍ୟକ ଅଛି ଲାଞ୍ଜିଗଡ଼ ଶିକ୍ଷା ବିଭାଗ ଆମକୁ ଲିଷ୍ଟ ଦେଇଛନ୍ତି ତାହା ଆମେ ଉପରିସ୍ତ ଅଧିକାରୀଙ୍କୁ ଜଣାଇବୁ ଟଙ୍କା ଆସିଲେ ପଞ୍ଚାୟତ ମାନଙ୍କ ଏକାଉଣ୍ଟକୁ ଯିବ ଓ ପଞ୍ଚାୟତ କର୍ତ୍ତୃପକ୍ଷ ତାହା ମରାମତି କରିବେ ବୋଲି ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.