ନୂତନ କିର୍ତ୍ତିମାନ ସ୍ଥାପନ କଲେ ବିରାଟ କୋହଲି

ସଚିନ ତେନ୍ଦୁଲକରଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ ବିରାଟ ଘରୋଇ ପରିବେଶରେ ପୂର୍ଣ୍ଣକଲେ ୧୨୦୦୦ ରନ

ଓଡ଼ିଆ ବାର୍ତ୍ତା/ ଚେନ୍ନାଇ: ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ନିଜ ନାମରେ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି ଭାରତୀୟ ଟିମର ଅଭିଜ୍ଞ ବ୍ୟାଟ୍ସମ୍ୟାନ ବିରାଟ କୋହଲି। ସେ ଘରୋଇ ପରିବେଶରେ ୧୨୦୦୦ ରନ ପୂର୍ଣ୍ଣ କରିଛନ୍ତି। ସଚିନ ତେନ୍ଦୁଲକରଙ୍କ ପରେ ସେ ଦ୍ୱିତୀୟ ଭାରତୀୟ ଭାବେ ଏହି ସଫଳତା ହାସଲ କରିଛନ୍ତି। ୨୧୯ ମ୍ୟାଚରେ ୫୮.୮୪ ଆଭରେଜରେ ସେ ୩୮ ଶତକ ଏବଂ ୫୯ ଅର୍ଦ୍ଧଶତକ ସହ ଏହି ରେକର୍ଡ଼ ସ୍ଥାପନ କରିଛନ୍ତି।

ସଚିନ ୨୫୮ ମ୍ୟାଚରେ ୫୦.୩୨ ଆଭରେଜରେ ୧୪୧୯୨ ରନ ସଂଗ୍ରହ କରିଥିଲେ। ଏଥିରେ ୪୨ ଶତକ ଓ ୭୦ ଅର୍ଦ୍ଧଶତକ ସାମିଲ ଥିଲା। ତେବେ ଏସୀୟ ସ୍ପିନରଙ୍କ ବିପକ୍ଷରେ କୋହଲିଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ସେ ୨୦୨୧ ପରଠାରୁ ୧୮ ଥର ସ୍ପିନରଙ୍କ ଶୀକାର ହୋଇଛନ୍ତି। କୋହଲି ପ୍ରଥମ ଇନିଂସରେ ୬ ଏବଂ ଦ୍ୱିତୀୟ ଇନିଂସରେ ୧୭ ରନ କରି ପ୍ୟାଭିଲିୟନ ଫେରି ଯାଇଛନ୍ତି। ତେବେ କୋହଲିଙ୍କ ବ୍ୟାଟିଂ ବିଫଳତା ସତ୍ୱେ ଭାରତ ପ୍ରଥମ ଟେଷ୍ଟରେ ବାଂଲାଦେଶ ବିପକ୍ଷରେ ଭଲ ସ୍ଥିତିରେ ରହିଛି। ଅନ୍ୟପକ୍ଷରେ ବିରାଟଙ୍କ ଏହି ନୂତନ ସଫଳତାକୁ ନେଇ ତାଙ୍କ ପାଖକୁ ଦେଶର ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.