ସନ ସାଇନ ସ୍କୁଲରେ ହିନ୍ଦୀ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ହିନ୍ଦୀ ପ୍ରଚାର ସଭା ମିଳିତ ଆନୁକୂଲ୍ୟରେ ସନସାଇନ ସ୍କୁଲରେ ହିନ୍ଦୀ ଦିବସ ପକ୍ଷ ବେଶ ପାଳିତ ହୋଇଯାଇଛି। ଶ୍ରୀ ଏ ରାଜ ଗୋପାଳ ରାଓଙ୍କ ସଭାପତିତ୍ବରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ସୁନୀଲ ମହାନ୍ତି ମୁଖ୍ୟ ଅତିଥି, ଶ୍ରୀ ଲଷ୍ମୀଚରଣ ପାଣିଗ୍ରାହୀ ଓ ଶ୍ରୀ ହରିହର ପଣ୍ଡା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ହିନ୍ଦୀ ପ୍ରଚାର ସଭାର କୁଳସଚିବ ତଥା ସମ୍ପାଦକ ଶ୍ରୀ ପ୍ରଫୁଲ କୁମାର ରଥ ସମ୍ପାଦନ କରିବା ସହିତ ହିନ୍ଦୀ ଭାଷାର ଉତ୍ପତ୍ତି ଓ ରାଷ୍ଟ୍ର ନିର୍ମାଣ କରିବାରେ ଏହି ଭାଷାର ଅବଦାନ ବିଷୟରେ ବୁଝାଇଥିଲେ। ଏହି ଭାଷା ଆଜି କିପରି ସାରା ଦୁନିଆରେ ଆଦୃତ ହୋଇପାରିଛି ଓ କେତେ ସହଜ ଓ ସରଳ ଶିଖିବାରେ ତାହା ମଧ୍ୟ ବୁଝାଇଥିଲେ। ହିନ୍ଦୀ ଭାଷା ପୁରା ଦୁନିଆରେ ୩ୟ ବହୁଳ ଭାଷା ଭାବେ ପରିଚିତ। ଏହି ଭାଷା ଆଜି ପାଖାପାଖି ୮୦ କୋଟି ଲୋକ ବ୍ୟବହାର କରୁଛନ୍ତି ବୋଲି ମୁଖ୍ୟ ଅତିଥି ପିଲାମାନଙ୍କୁ କହିଥିଲେ। ସମସ୍ତ ଅତିଥି ମଧ୍ୟ ଏହି ଭାଷାକୁ କିପରି ପ୍ରଚାର ଓ ପ୍ରସାର କରିହେବ ସେନେଇ ଯୋର ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ବହୁ ସଂଖ୍ୟାରେ ପିଲାମାନେ ବିଭିନ୍ନ ସଂଗୀତ, କବିତା, ବକୃତା ଉପସ୍ଥାପନା କରିଥିଲେ। ଆଜି ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.