କୋକସରାର ବିଭିନ୍ନ ଧାନ ମଣ୍ଡି ପରିଦର୍ଶନ କଲେ ସ୍ବାସ୍ଥ୍ୟ ମନ୍ତ୍ରୀ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ ଗୁରୁବାର କୋକସରା ବ୍ଲକର ମୋଟେର, କୋକସରା ଓ ଟେମରା ଧାନମଣ୍ଡି ପରିଦର୍ଶନ କରିଛନ୍ତି। ମନ୍ତ୍ରୀ ଡଃ ମହାଲିଙ୍ଗ କଲମପୁର ବ୍ଳକରୁ ଆସିବା ପରେ ପ୍ରଥମେ କୋକସରା ବ୍ଲକର ମୋଟେର ଧାନମଣ୍ଡି ପରିଦର୍ଶନ କରିଥିଲେ। ସେଠାରୁ କୁସୁମଖୁଣ୍ଟି ବଙ୍ଗଳାରେ ପହଞ୍ଚିବା ପରେ ଦଳୀୟ କର୍ମୀମାନେ ତାଙ୍କୁ ସ୍ୱାଗତ କରିଥିଲେ। ଏହି ସମୟରେ ଲଡୁଗାଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ସି.ଏସ୍.ସି. ର ମାନ୍ୟତା ଦେବାପାଇଁ ଲଡୁଗାଁବାସୀ ଦାବି କରିଥିବାବେଳେ ବିଭିନ୍ନ ଗ୍ରାମର ଲୋକେ ମଧ୍ୟ ଅନେକ ସମସ୍ୟା ବିଷୟରେ ଦାବିପତ୍ର ପ୍ରଦାନ କରିଥିଲେ। ପରେ ମନ୍ତ୍ରୀ ମହାଲିଙ୍ଗ କୋକସରା ସଦର ଧାନ ମଣ୍ଡିରେ ପହଞ୍ଚି ଥିଲେ, ସେଠାରେ ଚାଷୀ ମାନଙ୍କୁ ନିର୍ବାଚନ ଆଗରୁ ଦେଇଥିବା ପ୍ରତିଶ୍ରୁତିକୁ ରାଜ୍ୟ ସରକାର ପୁରଣ କରିଥିବା ନିଜ ବକ୍ତବ୍ୟରେ କହିଥିଲେ। ତେବେ ଉପସ୍ଥିତ କିଛି ଚାଷୀ ମଣ୍ଡିରେ କଟନି ଛଟନି କରୁଥିବା କଥା ମନ୍ତ୍ରୀକୁ ଜଣାଇବାକୁ ଚାହିଁଥିଲେ ମଧ୍ୟ ସେମାନଙ୍କ କଥାକୁ ଗୁରୁତ୍ବ ଦିଆଯାଇ ନଥିଲା। ମନ୍ତ୍ରୀ କୃଷକମାନଙ୍କ ସହ ଆଲୋଚନା କରିନଥିଲେ, ତେଣୁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏମିତି କି କିଛି ଲୋକେ ୩ ହଜାର ଟଙ୍କା ଭତ୍ତା ଓ ମାଗଣା ବିଜୁଳି କେବେ ପ୍ରଦାନ କରିବେ ରାଜ୍ୟ ସରକାର ବୋଲି ମନ୍ତ୍ରୀକୁ ପ୍ରଶ୍ନ କରିଥିଲେ। ସେଠାରୁ ମନ୍ତ୍ରୀ ମହାଲିଙ୍ଗ ଟେମରା ଧାନ ମଣ୍ଡି ପରିଦର୍ଶନ କରିଥିଲେ। ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ଧର୍ମଗଡ଼ ବିଧାୟକ ସୁଧୀର ପାଟ୍ଟଯୋଷୀ, ଜିଲ୍ଲାପାଳ ପାୱାର ସଚୀନ ପ୍ରକାଶ, ଧର୍ମଗଡ଼ ଉପଜିଲ୍ଲାପାଳ ଧିମାନ ଚକମା, କୋକସରା ବିଡ଼ିଓ ହିମାଞ୍ଚଲ ମାଝୀ, ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବିଜୟଦେବ ସାହୁ ସମେତ ବିଜେପି ନେତା ଓ କର୍ମୀମାନେ ଉପସ୍ଥିତ ରହିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.