୧୧ କେଜି ଗଞ୍ଜେଇ ସହ ବାଇକ୍ ଜବତ, ଜଣେ କୋର୍ଟ ଚାଲାଣ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୌଡ଼): ଜାତୀୟ ରାଜ ପଥ ୨୬ ବଲାଙ୍ଗିର – ଟିଟି ଲାଗଡ ରାସ୍ତା ଦେଇ ପାଟଣାଗଡ଼ ପଟ କୁ ଦିନ ଦ୍ଵି ପହର ରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ମାଡି ବସିଲା ଦେଓଗାଁ ପୁଲିସ। ଏମିତି ଏକ ଗଞ୍ଜେଇ କର କୁ ଧରିବା ରେ ସଫଳ ହୋଇଛି ବଲାଙ୍ଗିର ଜିଲ୍ଲା ର ଦେଓଗାଁ ପୁଲିସ। ତେବେ ଗଞ୍ଜେଇ ଚାଲାଣ କାରୀ କୁ କାବୁ କରି ଥାନା କୁ ଆଣିବା ପରେ ତା ଠାରୁ ୧୧ କେଜି ଗଞ୍ଜେଇ ସହ ଏକ ଲାଲ ରଙ୍ଗ r ବାଇକ କୁ ଜବତ କରିଥିଲା ପୁଲିସ। କୋର୍ଟ ଚାଲାଣ ହେଇଥିବା ଯୁବକ ଜଣକ ଲରମ୍ଭା ଥାନା ରେଙ୍ଗାଲି ଗାଁ ର ସୁପଲ୍ ବିଭାର । ସେ ଏକ ଲାଲ ରଙ୍ଗର ପେଶନ ପ୍ରୋ ବାଇକ ରେ ଦେଓଗାଁ ପଟରୁ ଭୂତିଆର ବାହାଳ ରାସ୍ତା ରେ ଯାଉଥିବାବେଳେ ଏହି ରାସ୍ତା ର ଭୂତିଆର ବହାଲ୍ ଛକ ରେ ଦେଓଗାଁ ପୁଲିସ ବାଇକ୍ କୁ ଅଟକାଇ ଯାଞ୍ଚ କରିବା ପରେ ବାଇକ ରେ ଗଞ୍ଜେଇ ଭର୍ତ୍ତି ହୋଇଥିବା ଜାଣି ବାକୁ ପାଇଥିଲେ। ପୁଲିସ ଦେଓଗାଁ ଅତିରିକ୍ତ ତହସିଲଦାର ସୋମୋକେଶ ନାୟକ ଙ୍କ ଉପସ୍ଥିତି ରେ ଜବତ ଗଞ୍ଜେଇ କୁ ଓଜନ କରିବା ପରେ ତାହା ୧୧ କେଜି ୪୮୦ ଗ୍ରାମ ହୋଇଥିବା ଜଣାପଡିଥିଲା। ଏନେଇ ପୁଲିସ କେସ ନମ୍ୱର ୨୫ ରେ ଏକ ମାମଲା ରୁଜୁ କରି ଅଟକ ଯୁବକ କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଦେଓଗାଁ ଥାନା ଅଧିକାରୀ ବୁଲୁ ମୁଣ୍ଡା ସୂଚନା ଦେଇଛନ୍ତି। ଆଜିର ଏହି ଚଢ଼ାଉ ରେ ଦେଓଗାଁ ଥାନା ର ପୁଲିସ କର୍ମଚାରୀ ମାନେ ସାମିଲ ଥିଲେ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.