ରୁଗୁଡ଼ିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ

ଓଡିଆ ବାର୍ତ୍ତା/ ଭୁତିଆରବାହାଲ (ପଞ୍ଚାନନ ଭୋଇ): ଲଣ୍ଡାପଥର ପଞ୍ଚାୟତ ରୁଗୁଡ଼ିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକୋତ୍ସବ ଉଦ୍‌ଯାପିତ ହୋଇଯାଇଛି। ପ୍ରଧାନଶିକ୍ଷକ ବିଧାନ ସେଠଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସରପଞ୍ଚ ଦେମନ୍ତୀ ଖେତି ଓ ସମ୍ମାନିତ ଅତିଥି ଭାବରେ ଏବିଇଓ ଅଜିତ ମିଶ୍ର ଓ ଏବିଇଓ ଦାଶରଥି ଥନାପତି ମୁଖ୍ୟ ବକ୍ତା ଭାବେ ସିଆର୍‌ସିସି ସତ୍ୟ ନାରାୟଣ ସେନାପତି ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ।

ମାନସ କୁମାର ନାଥ ସଭା ପରିଚାଳନା, ପ୍ରଧାନଶିକ୍ଷକ ଶ୍ରୀ ସେଠ ବିବରଣୀ ପଠନ କରିଥିଲେ। ଏହି ଅବସରର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।

ଆଦର୍ଶ ଗୁରାଣ୍ଡିଙ୍କୁ ଶ୍ରେଷ୍ଠ ଛାତ୍ର ଓ ଅର୍ଚ୍ଚିତା ଦଳେଇଙ୍କୁ ଶ୍ରେଷ୍ଠ ଛାତ୍ରୀ ଭାବରେ ପୁରସ୍କୃତ ହୋଇଥିଲେ। ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ଏହି ଅବସରରେ ଡଙ୍ଗରପଡ଼ା କ୍ଲଷ୍ଟରର ସମସ୍ତ ପ୍ରଧାନଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ। ଶେଷରେ ଶିକ୍ଷୟତ୍ରୀ ସୁଶ୍ରୀତା ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.